Latest Odisha News

BREAKING NEWS

୩ ବର୍ଷରେ ୧୮୭୮ ଗୋ ଚାଲାଣ କେସ୍,ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ…

ଭୁବନେଶ୍ଵର:ସୀମାଞ୍ଚଳରେ ଗୋ-ମାଫିଆମାନେ ବିଭିନ୍ନ ଉପାୟରେ ଗୋ ଚାଲାଣ କରୁଛନ୍ତି। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ ଚାଲାଣ। ଏଥିସହ ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା ଓ ତାମିଲନାଡ଼ୁକୁ ମଧ୍ୟ ଗୋ ଚାଲାଣ କରାଯାଉଛି। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି।

ସୂଚନାମୁତାବକ, ଗତ ତିନି ବର୍ଷ ମଧ୍ୟରେ ୧୮୭୮ ଗୋ ଚାଲାଣ କେସ୍ ସାମ୍ନାକୁ ଆସିଛି। ଏହି ମାମଲାରେ ୨୬୯୯ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅପରେସନ ଗୋ ରକ୍ଷା ମାଧ୍ୟମରେ ୨୪ ହଜାର ୬୬୭ ଗୋମାତାଙ୍କୁ ଉଦ୍ଧାର କରାଯାଇଛି।

Comments are closed.