Latest Odisha News

BREAKING NEWS

ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ ଜଣ, ଚିହ୍ନଟ ହୋଇଛନ୍ତି ୧୭୯

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ୧୮୮ ଜଣ । ସେମାନଙ୍କ ମଧ୍ୟରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଚହ୍ନଟ ହୋଇଥିବା ୧୭୯ ବ୍ରିଟେନ ଫେରନ୍ତାଙ୍କ ମଧ୍ୟରୁ ୧୬୦ ଜଣଙ୍କ ନମୁନା ପରୀକ୍ଷା ହୋଇଛି ।

ବ୍ରିଟେନ୍ ଫେରନ୍ତା ଓ ତାଙ୍କ ସମ୍ପର୍କୀୟଙ୍କ ଜଞଚଉଜ ଟେଷ୍ଟ କରାଯାଇଛି । ମୋଟ୍ ୨୦୪ ଜଣଙ୍କର ହୋଇଛି ଜଞଚଉଜ ଟେଷ୍ଟ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ଜଣ ବ୍ରିଟେନ ଫେରନ୍ତା ଓ ସେମାନଙ୍କ ସମ୍ପର୍କୀୟ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛି ।

ପଜିଟିଭ୍ ଚିହ୍ନଟଙ୍କ ଭିତରେ ଅଛନ୍ତି ୪ ଜଣ ବ୍ରିଟେନ ଫେରନ୍ତା ଓ ସଂସ୍ପର୍ଶରେ ଆସିଥିବା ୩ ଜଣ ବ୍ୟକ୍ତି । ୬ ଜଣଙ୍କର ଜିନୋମ ଆନାଲିସିସ ପାଇଁ ପଠାଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.