Latest Odisha News

BREAKING NEWS

ବ୍ରିଟେନ ଭୂତାଣୁରେ ଦେଶରେ ଆଉ ୫ ଜଣ ସଂକ୍ରମିତ, ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବଢୁଛି ବ୍ରିଟେନରେ ଚିହ୍ନଟ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଜିନୋମ୍ ସିକ୍ୱେନ୍ସିଂରେ ପରେ ଆଜି ଆଉ ୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନଆଇଭି ପୁଣେ ଲ୍ୟାବରେ ପରୀକ୍ଷା ପରେ ୪ ପଜିଟିଭ ବାହାରିଛନ୍ତି । ଆଇଜିଆଇବି ଦିଲ୍ଲୀ ଲ୍ୟାବରେ ପରୀକ୍ଷା ପରେ ଚିହ୍ନଟ ହୋଇଛନ୍ତି ଜଣେ ଆକ୍ରାନ୍ତ ।

ଦେଶରେ ୟୁକେ ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ସମସ୍ତ ୨୫ ଜଣ ଆଇସୋଲେସନରେ ଅଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବ୍ରିଟେନ ଫେରନ୍ତାଙ୍କ ଉପରେ ରଖାଯାଇଛି କଡ଼ା ନଜର ।

Leave A Reply

Your email address will not be published.