Latest Odisha News

BREAKING NEWS

କଳିଙ୍ଗନଗର ଗୁଳିକାଣ୍ଡକୁ ୧୮ ବର୍ଷ

ଯାଜପୁର; ଯାଜପୁର ଜିଲ୍ଲା କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୁରିଛି ୧୮ ବର୍ଷ। ଶହୀଦ ଆଦିବାସୀଙ୍କ ସ୍ମୃତିରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଶହୀଦ ଦିବସ ପାଳନ କରାଯାଉଛି। ଏଥିପାଇଁ ଜନମଞ୍ଚ ପକ୍ଷରୁ ସ୍ମୃତୁ ସ୍ତମ୍ଭ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ମୃତି ସ୍ତମ୍ଭ ନିକଟରେ ବହୁ ସଂଖ୍ୟାରେ ଆଦିବାସୀ ମେଳି ବାନ୍ଧିଛନ୍ତି।

୨୦୦୬ ମସିହାରେ ଟାଟା କମ୍ପାନିର ଜମି ଅଧିଗ୍ରହଣ ଓ ପାଚେରୀ ନିର୍ମାଣକୁ ବିରୋଧ କରାଯାଇଥିଲା। ଏହି ଘଟଣାକୁ ନେଇ ଉଭୟ ପୁଲିସ ଓ ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୪ ଜଣ ଆଦିବାସୀଙ୍କ ମୃତ୍ୟୁ ହୋଇଥିଲା। ସାରା ରାଜ୍ୟରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଗୁଳିକାଣ୍ଡରେ ଶହୀଦ ଆଦିବାସୀଙ୍କ ସ୍ମୃତିରେ ପ୍ରତିବର୍ଷ ଜାନୁଆରୀ ୨ ତାରିଖକୁ ସହୀଦ ସ୍ମୃତି ଦିବସ ଭାବେ ବିସ୍ଥାପନ ବିରୋଧୀ ଜନମଞ୍ଚ ପାଳନ କରିଆସୁଛି। ଏଥିପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.