Latest Odisha News

ସୋଆର ୧୮ତମ ପ୍ରତିଷ୍ଠା ଦିବସ: ସମାଜରେ ସର୍ବୋତ୍କୃଷ୍ଟ ସେବା ପାଇଁ ସବୁଠୁ ଆଗରେ ସୋଆ

ଭୁବନେଶ୍ଵର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ସୋଆ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ।

୧୮ତମ ପ୍ରତିଷ୍ଠା ଦିବସ ଅବସରରେ ସୋଆକୁ ଶୁଭେଚ୍ଛା ଜଣାଇ ଅତିଥି ମାନେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଉଚ୍ଚ ପ୍ରଶଂସା କରି ତାଙ୍କର ଦୂରଦର୍ଶୀ ନେତୃତ୍ୱ ଯୋଗୁ ହିଁ ଏହି ଶିକ୍ଷାନୁଷ୍ଠାନ ଖୁବ୍ କମ୍ ସମୟ ମଧ୍ୟରେ ଉଚ୍ଚକୁ ପହଂଚି ପାରିଛି ବୋଲି କହିଥିଲେ ।

ସୋଆ ନିରନ୍ତର ଭାବେ ଉତ୍କର୍ଷତା ହାସଲ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିବା ସହ ନିଜ ନାମର ପ୍ରତିପାଦନ କରିପାରିଛି ଯାହାର ପ୍ରକୃତ ଅର୍ଥ ହେଉଛି ଶିକ୍ଷା ଓ ଗବେଷଣା । ଶିକ୍ଷାର ଅର୍ଥ ନୁହେଁ କେବଳ ବିବିଧ ବିଷୟକୁ ନେଇ ଜ୍ଞାନ ଆହରଣ କରିବା ବରଂ ଏହାର ଅର୍ଥ ହେଉଛି ଏକ ବିଷୟକୁ ବିଭିନ୍ନ ଢ଼ଙ୍ଗରେ ଶିକ୍ଷା କରିବା । ଶିକ୍ଷକଙ୍କର ଲକ୍ଷ୍ୟ କେବଳ ପାଠ୍ୟକ୍ରମକୁ ଶେଷ କରିବା ନୁହେଁ ବରଂ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀ କିଭଳି ଜ୍ଞାନ ଆହରଣ କରିପାରିବେ ସେ ନେଇ ଶିକ୍ଷା ପ୍ରଦାନ କରିବା ।

ସୋଆକୁ ନାକ୍ ପକ୍ଷରୁ ସର୍ବାଧିକ ଗ୍ରେଡ୍‌ରେ ପୁନଃ ସ୍ୱୀକୃତି ମିଳିଥିବା ବେଳେ ବିଶ୍ୱବିଦ୍ୟାଳୟ ସମାଜର ହିତ ଦିଗରେ ଉତମ କାର୍ଯ୍ୟକୁ ବଜାୟ ରଖିଛି । ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ର ଛାତ୍ରୀମାନେ ସାରା ବିଶ୍ୱରେ କାର୍ଯ୍ୟରତ। ମୁଖ୍ୟ ବକ୍ତା ପ୍ରଫେସର କର୍ମାଲକର କହିଛନ୍ତି ଯେ, ସୋଆ ଲଗାତାର ଉତ୍କୃଷ୍ଟତା ଲାଗି ପ୍ରୟାସରତ । ବାସ୍ତବରେ ନିଜର ନାମ ଅନୁରୂପ କାର୍ଯ୍ୟ ଜାରି ରଖିଛି, ଯାହାର ଅର୍ଥ ‘ଶିକ୍ଷା ଓ ଅନୁସନ୍ଧାନ’ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ବାବୁ ସିଂ କହିଛନ୍ତି, ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୋଆ ଏକ ମାଇଲଷ୍ଟୋନ। ଦେଶର ସର୍ବୋତ୍ତମ ବିଶ୍ବବିଦ୍ୟାଳୟ ମଧ୍ୟରୁ ଅନ୍ୟତମ । ପ୍ରଫେସର ନାୟକଙ୍କ ନେତୃତ୍ବ ଏବଂ ଟିମ୍‌ଓ୍ବାର୍କ ଲାଗି ସୋଆ ସଫଳତାର ଶୀର୍ଷରେ ପହଞ୍ଚିପାରିଛି ବୋଲି ବାବୁ ସିଂ କହିଛନ୍ତି । ସେହିଭଳି ପ୍ରଫେସର ବିଶ୍ବାଳ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତାଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ସେ ଭିନ୍ନ ଉପାୟରେ ଚିନ୍ତା କରନ୍ତି । ସେ ଜଣେ ପ୍ରତିଭାଶାଳୀ ଛାତ୍ର ଏବଂ ଶିକ୍ଷକ ଥିଲେ । ଆଜି ସେ ନିଜେ ଏକ ସଂସ୍ଥା ବନିଯାଇଛନ୍ତି ।

Comments are closed.