Latest Odisha News

BREAKING NEWS

ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଲେ ୧୯ ଛାତ୍ରଛାତ୍ରୀ

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ଚରିତ୍ରାଫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ମଧ୍ୟାନ ଭୋଜନ ଖାଇ ୧୯ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିବା ନେଇ ସୂଚନା ମିଳିଛି ।

ପ୍ରାଥମିକ ଚିକିତ୍ସା ପାଇଁ ସେମାନଙ୍କୁ ସଙ୍ଗେ ସଙ୍ଗେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ , ମଧ୍ୟାନ ଭୋଜନ ଖାଇସାରିବା ପରେ ପିଲାମାନେ ଅସୁସ୍ଥ ଅନୁଭବ କରିଥିବା ଅଭିଯୋଗ କରିଥିଲେ । ଏହାପରେ ସ୍କୁଲ ଅଧିକାରୀ ପିଲାମାନଙ୍କୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ବଢା ହୋଇଥିବା ଖାଇବାରୁ ମଲା ମୂଷା ବାହାର କରାଯାଇଥିବା ନେଇ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

ଉପଜିଲ୍ଲାପାଳ ହସ୍ପିଟାଲରେ ପହଞ୍ଚି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରିଛନ୍ତି ।

Leave A Reply

Your email address will not be published.