Latest Odisha News

BREAKING NEWS

Fishermen Arrested: ୨ଟି ଟ୍ରଲର ଜବତ, ୧୯ ମସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଞ୍ଚଳରୁ ୨ଟି ଟ୍ରଲର ଜବତ କରିବା ସହ ଏଥିରେ ଥିବା ୧୯ ଜଣ ମସ୍ୟଜୀବୀକୁ ଗିରଫ କରିଛି ବନ ବିଭାଗର ପାଟ୍ରୋଲିଂ ଟିମ୍‌ । ଗହୀରମଥା ସାମୁଦ୍ରିକ ନିଷିଦ୍ଧ ଅଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ବେଳେ ଏମାନଙ୍କୁ ଗିରଫ କରାଯାଇଛି ।

ଟ୍ରଲରରେ ଥିବା ମସ୍ୟଜୀବୀମାନେ ହେଲେ ଭରତ ସିଂ, ପୂର୍ଣ ଚନ୍ଦ୍ର ସିଂ, ସଜାବତ ଅଲ୍ଲୀ ସାହା, ଶେଖ ଲାଲୁ, ଶେଖ ସଲମାନ, ବିଶ୍ୱଜିତ ମାଇତି, ବାବି ସିଂ, ଚନ୍ଦନ ସିଂ, ସଂଜୀବ ପାଲ, ବିଶ୍ଵନାଥ ଦାସ, ସୁବ୍ରତ ବାର, ଖୋକନ ବାର, ଚନ୍ଦନ ପାଣିଗ୍ରାହୀ । ୧୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇ ବନ୍ୟ ପ୍ରାଣୀ ଆଇନ୍‌ ୧୯୭୨ରେ ମୋକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ମସ୍ୟଜୀବୀମାନେ ପୂର୍ବ ମେଦିନାପୁର ଓ ବାଲେଶ୍ବର ଜିଲ୍ଲାର ବୋଲି ଜଣାପଡିଛି ।

ଜବତ ୨ଟି ଟ୍ରଲରରୁ ୬ କୁଇଣ୍ଟାଲ ୫ କେଜି ମାଛ, ୨ଟି ଜିପିଏସ, ୩ଟି ଭିଏଚ୍‌ଏଫ, ୨ଟି ଫିସଫାଇଣ୍ଡର, ଟ୍ରଲିଙ୍ଗ ନେଟ୍‌ ୧୮ଟି ଜବତ କରାଯାଇଛି ।

Comments are closed.