ଗୌହାଟି: ସୁଧୁରୁନି ଆସାମରେ ବନ୍ୟା ପରିସ୍ଥିତି । ଆସାମର ମୋରିଗାଁଓ ଜିଲ୍ଲାର ୧୦୧ ଟି ଗାଁ ବନ୍ୟା ଦ୍ବାରା ବେଶି ପ୍ରଭାବିତ ହୋଇଛି । ୫ ଦିନ ବିତିଥିଲେ ସୁଦ୍ଧା ସୁଧୁରୁନି ସ୍ଥିତି । ଆସାମ ସରକାରଙ୍କ ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କ ଜୀବନ ଯାଇଥିବାବେଳେ, ବନ୍ୟାରେ କେବଳ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଭୂସ୍ଖଳରେ ୫ ଜଣଙ୍କର ଜୀବନ ଯାଇଛି ।
ଏବେବି ପାଣି ଘେରରେ ରହିଛନ୍ତି ଅନେକ ଲୋକ । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଜଳରେ ଘର ଦ୍ବାର, ରାସ୍ତା ଘାଟ ସବୁ ବୁଡି ରହିଛି । ରାସ୍ତା ଘାଟ ବନ୍ୟା ଜଳରେ ନଦୀ ପାଲଟି ଯାଇଛି । ପାଣିର ପ୍ରଖର ସୁଅ ରାସ୍ତାରେ ଚାଲୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।
14 people have died due to floods and 5 due to landslides in Assam till today, says the State government. https://t.co/B7WFr19BKc
— ANI (@ANI) June 5, 2025
ତେବେ ଆସାମରେ ୨୨ ଜିଲ୍ଲାର ୧୨୫୪ଟି ଗାଁର ପ୍ରାୟ ସାଢ଼େ ୫ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଜଳବନ୍ଦୀରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି ।
Comments are closed.