Latest Odisha News

BREAKING NEWS

ଆନ୍ଧ୍ରରୁ ଆଣି ଓଡ଼ିଶା ନମ୍ବର ଲଗାଇ ବିକୁଥିଲେ ବାଇକ; ୧୯ଟି ବାଇକ ସହ ଧରାପଡିଲା ଚୋର

ପାରଳାଖେମୁଣ୍ଡି: ଆନ୍ଧ୍ରରୁ ଚୋରି ଆଣି ଓଡ଼ିଶା ନମ୍ବର ଲଗାଇ ବାଇକ ବିକୁଥିଲା। ୧୯ଟି ବାଇକ ସହ ଧରାପଡିଲା ଚୋର। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରୁ ଚୋରି ହୋଇଥିବା ୧୯ଟି ବାଇକ୍ ଜବତ କରିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ। ଏହି ମାମଲାରେ ଅନ୍ୟଜଣ ଅଭିଯୁକ୍ତ ଫେରାର ଅଛି।

ଗିରଫ ଅଭିଯୁକ୍ତଙ୍କ ନାଁ ରଘୁ ପ୍ରଧାନ (୨୯)। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ପଲାସା ଥାନା ଅଞ୍ଚଳରେ। ପୁଲିସ ଜବତ କରିଥିବା ୧୯ଟି ଦୁଇ ଚକିଆ ଗାଡ଼ି ମଧ୍ୟରେ ରହିଛି ୭ଟି ରୋୟାଲ ଏନ୍‌ଫିଲ୍‌ଡ ବୁଲେଟ, ଗୋଟିଏ କେଟିଏମ୍‌, ୬ଟି ପଲସର, ୨ଟି ଆପାଚୀ ଓ ୩ଟି ୟାମାହା କମ୍ପାନୀର ଦାମୀ ବାଇକ। ଏହି ୧୯ଟି ଗାଡ଼ିରୁ ୧୮ଟି ହେଉଛି ଆନ୍ଧ୍ର ପ୍ରଦେଶର ଓ ଗୋଟିଏ ଓଡ଼ିଶାର।

ସୂଚନା ଅନୁସାରେ ଚୋରମାନେ ଆନ୍ଧ୍ର ପ୍ରଦେଶରୁ ବାଇକ୍ ଚୋରି କରି ପାରଳାଖେମୁଣ୍ଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲେ ଓ ବିକ୍ରି ଯୋଜନା ରଖି ବିଭିନ୍ନ ଲୋକଙ୍କ ସହ ମୂଲଚାଲ ଚଲାଇଥିଲେ। ହେଲେ ସେଗୁଡ଼ିକୁ ବିକ୍ରି କରିବା ପୂର୍ବରୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ହାତରେ ଧରାପଡ଼ିଥିଲା ଚୋର।

 

Leave A Reply

Your email address will not be published.