Latest Odisha News

ଲକଡାଉନ କଷ୍ଟ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧୯୮ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ ଯୋଗୁଁ ଅନେକ ଲୋକ ବାହାର ରାଜ୍ୟରେ ରହିଯାଇଥିଲେ । ଅନ୍ତରାଜ୍ୟ ଗାଡି ଚଳାଚଳ ବନ୍ଦ ହେବା ପରେ ପ୍ରବାସୀ ମାନେ ଘରକୁ ଫେରିବା ପାଇଁ ଚାଲିବା ବାଟକୁ ଆପଣେଇ ନେଇଥିଲେ । ଏହାପରେ ପ୍ରବସୀଙ୍କ କଷ୍ଟକୁ ଅନୁଭବ କରି ବିଭିନ୍ନ ରାଜ୍ୟର ସରକାର ନିଜ ନିଜ ରାଜ୍ୟର ଲୋକଙ୍କ ପାଇଁ ବସ ତଥା ଟ୍ରେନର ବନ୍ଦୋବସ୍ତ କରିଥିଲେ।

ତେବେ ଏହା ମଧ୍ୟରେ ପାଖାପାଖି ୧୯୮ ଜଣ ପ୍ରବାସୀ ଶ୍ରମିକଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମାର୍ଚ୍ଚ ୨୫ରୁ ମେ ୩୧ ତାରିଖ ମଧ୍ୟରେ ଦେଶରେ ୧୪୬୧ଟି ସଡକ ଦୁର୍ଘଟଣା ହୋଇଥିବା ସଡକ ସୁରକ୍ଷା ଏନଜିଓ ସେଭ ଲାଇଫ ଫାଉଣ୍ଡେସନ ପକ୍ଷରୁ ଏକ ତଥ୍ୟ ଦିଆଯାଇଛି । ଏହି ତଥ୍ୟ ଅନୁଯାୟୀ ଏହି ସଡକ ଦୁର୍ଘଟଣାରେ ମୋଟ ୭୫୦ ଜଣ ପ୍ରାଣ ହରାଇଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୧୯୮ଜଣ ପ୍ରବାସୀ ଶ୍ରମିକ।

ଦୁର୍ଘଟଣା ଜନିତ ମୃତ୍ୟୁ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ହାର ୨୬.୪ ରହିଥିବାବେଳେ ଜରୁରୀ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସଂଖ୍ୟା ୫.୩% ରହିଛି।

Leave A Reply

Your email address will not be published.