Latest Odisha News

BREAKING NEWS

ଦେଶରେ କରୋନା ସୁସ୍ଥତା ହାରରେ ଓଡ଼ିଶା ଆଗୁଆ !

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢିଚାଲିଛି କରୋନା ଆରୋଗ୍ୟଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟାଙ୍କୁ ଟପି ଯାଇଛି ସୁସ୍ଥତା ହାରକୁ । ଏହାର ଅର୍ଥ ରାଜ୍ୟରେ କରୋନା ସକ୍ରିୟ ମାମଲା ଠାରୁ ଅଧିକ ରହିଛି କରୋନା ଆରୋଗ୍ୟ ହାର । ରାଜ୍ୟରେ ବର୍ତ୍ତମାନ କରୋନା ସକ୍ରିୟ ମାମଲା ୧୨୪୫ ରହିଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୧୩୨୫ରେ ପହଂଚିଛି ।

BjdElectrycity

ଜୁନ୍‌ ୧ ତାରିଖ ସୁଦ୍ଧା ଓଡ଼ିଶାରେ ସୁସ୍ଥ ବ୍ୟକ୍ତିଙ୍କ ହାର ୫୩.୫୨ ପ୍ରତିଶତ ରହିଛି।ଦେଶର ଟପ୍‌ ଫାଇଭରେ ରହିଛି ରାଜ୍ୟର ସୁସ୍ଥ ବ୍ୟକ୍ତିଙ୍କ ହାର । ପଞ୍ଜାବ, ତେଲେଙ୍ଗାନା ଓ ତାମିଲନାଡୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ଅଛନ୍ତି । ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।

ରିପୋର୍ଟ ଅନୁଯାୟୀ, ଦେଶରେ ଟପ୍‌ ଥ୍ରୀରେ ରହିଛି ରାଜ୍ୟର ଟେଷ୍ଟ ହାର । ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଭଳି ରାଜ୍ୟକୁ ପଛରେ ପକାଇ ଓଡ଼ିଶାରେ ପ୍ରତି ମିଲିୟନରେ ଟେଷ୍ଟ ହେଉଛି ୩୩୮୫ ମାମଲା । ହରିୟାଣାରେ ସର୍ବାଧିକ ୪୧୮୪ ଥିବା ବେଳେ ଦ୍ୱିତୀୟରେ ରହିଛି ଆନ୍ଧ୍ରପ୍ରଦେଶ ।

ସରକାରୀ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ପ୍ରତି ୭୪ ଟେଷ୍ଟରୁ ଜଣେ ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୨୩, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୧୮, ଗୁଜରାଟରେ ୧୬ ଏବଂ ଦିଲ୍ଲୀରେ ପ୍ରତି ୧୨ ଜଣଙ୍କ ଟେଷ୍ଟରେ ଜଣେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ।

ଓଡ଼ିଶାରେ କରୋନାର ମୃତ୍ୟୁ ହାର ମଧ୍ୟ ସବୁଠୁ କମ୍‌ ରହିଛି । ରାଜ୍ୟରେ ସଂକ୍ରମଣ ୨୨୦୦ ଟପିଥିବା ବେଳେ ଏଯାଏଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି ।

Leave A Reply

Your email address will not be published.