Latest Odisha News

BREAKING NEWS

ପାକିସ୍ତାନ, ନିଉ ଗିନି ଓ ସିଜାଙ୍ଗରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଆଜି ୩ଟି ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ । ପାକିସ୍ତାନ, ନିଉ ଗିନି ଓ ସିଜାଙ୍ଗରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ପାକିସ୍ତାନରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ଥିଲା ୪.୨ । ଭୋର୍ ୩ଟା ୩୮ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହାର କିଛି ସମୟ ପୂର୍ବରୁ ଭୋର୍ ୩ଟା ୧୬ ମିନିଟରେ ନିଉ ଗିନିରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା  ।

ଯାହାର ତୀବ୍ରତା ୬.୫ ରହିଥିଲା । ସେହିପରି ସିଜାଙ୍ଗରେ ୫.୦ ତୀବ୍ରତାର ଭୂକମ୍ପ ଝଟକା ଲାଗିଛି  । ଯାହାକି  ଭୋର୍ ୩ଟା ୪୫ ମିନିଟରେ ଅନୁଭୂତ ହୋଇଥିଲା । ଏଥିରେ କୌଣସି କ୍ଷୟକ୍ଷତି ନେଇ କୌଣସି ସୂଚନା ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।

Leave A Reply

Your email address will not be published.