Latest Odisha News

BREAKING NEWS

ଭାଷା ଭାଗବତ : କବିତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

 

କ ଳ୍ପନା *ବି* ହୀନ ସତ୍ୟ *ତା*

କବିତା

*କ* ଅଁଳ *ବି* ଶ୍ବାଶ୍ରୟୀ ଚି *°ତା*

କବିତା

*କ* ଳନା *ବି* ରହିତ ବା *ର୍ତା*

କବିତା

*କ* ଳ୍ମଷ *ବି* ଦୀର୍ଣ ସମ *ତା*

କବିତା

 

କବି ନ ହେଲେ ବ୍ୟାଖ୍ୟାକାର

କବିତା ହୃଦେ ଗଢ଼େ ଘର

କବିତା : ପାଠକ ମଧ୍ୟରେ

ଅନ୍ୟ କେହି ରହି ନ ପାରେ

 

କ୍ଳିଷ୍ଟ ଚିଂତନ ଯୋଗୁଁ ଭାଷା

କେବେ ବି ହୁଏନି ସରସା

ସ୍ପଷ୍ଟ ଭାବନା ଆଉ ଚିଂତା

ଲେଖାଂତି ସରସ କବିତା

 

କବି ନ ହୋଇ ବ୍ୟାଖ୍ୟାକାରୀ

ଅଳପ ଟିକେ ଦେଲେ ଠାରି

ପାଠକ ପାରେ ଭାବ ବୁଝି

ପଢ଼ିବା ପାଇଁ ହୁଏ ରାଜି

 

କେବେ କହିହୁଏନି ଯାହା

କବି ହିଁ ଲେଖିରଖେ ତାହା

ସେ ଲେଖେ ଯାହାର ସକାଶେ

ତାହାକୁ ସର୍ବଦା ନ ଦିଶେ

 

ଥିଲେ ହେଁ ତା ଆଖି ଓ କାନ

କରେନି ଦର୍ଶନ, ଶ୍ରବଣ

ଏହା ଭାଷାକୁ ଅପମାନ

କାହିଁ ଏହାର ସମାଧାନ ?

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.