Latest Odisha News

BREAKING NEWS

ହଷ୍ଟେଲରେ ଡରାଉଛି ଭୂତ: ଆଶ୍ଚର୍ଯ୍ୟଜନକ ଭାବେ ବଦଳୁଛି ପିଲାଙ୍କ ବ୍ୟବହାର

ଯାଜପୁର: ସରକାରୀ ପଲିଟେକ୍ନିକର ଛାତ୍ରୀ ନିବାସରେ ଭୂତ ଭୟ। ଆଶ୍ଚର୍ଯ୍ୟଜନକ ଭାବେ ବଦଳୁଛି ଛାତ୍ରୀଙ୍କ ବ୍ୟବହାର। ଯାଜପୁର ଜିଲ୍ଲା କୋରେଇ ବ୍ଲକ ରଗଡି ସ୍ଥିତ ସରକାରୀ ପଲିଟେକ୍ନିକରେ ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି  । ଗତ ସପ୍ତାହରୁ କଲେଜ ପରିସରରେ ଏଭଳି ଭୂତ ଆତଙ୍କ ଦେଖାଦେଉଛି  । ଏକାଧିକ ଛାତ୍ରୀଙ୍କ ଦେହରେ ଭୂତ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। କେତେବେଳେ ତୃତୀୟ ବର୍ଷର ଛାତ୍ରୀଙ୍କ ସ୍ଵଭାବରେ ପରିବର୍ତ୍ତନ ହେଉଛି ତ ଆଉ କେତେବେଳେ ଦ୍ବିତୀୟ ବର୍ଷର ଛାତ୍ରୀ ଚେତାଶୂନ୍ୟ ହୋଇପଡୁଛନ୍ତି। ଭୂତ ଆତଙ୍କ ଯୋଗୁଁ ଏବେ ରଗଡି ସରକାରୀ ପଲିଟେକନିକ ବିରଜା ହଷ୍ଟେଲ୍ ଛାତ୍ରୀନିବାସ ଖାଲି ହୋଇଯାଇଛି।

୫ଟି ବିଭାଗର ଭିନ୍ନଭିନ୍ନ ବର୍ଷର ୧୬୦ରୁ ଉର୍ଦ୍ଧ ଛାତ୍ରୀ ଏବେ ଭୂତ ଭୟରେ ହଷ୍ଟେଲ୍ ଛାଡି ଘରମୁହାଁ ହୋଇଛନ୍ତି। ସମ୍ପୂର୍ଣ୍ଣ ଭାବେ ପଲିଟେକ୍ନିକର ଲେଡିଜ୍ ହଷ୍ଟେଲରେ ଖାଲି ହୋଇଯାଇଛି ।  କଲେଜ କର୍ତ୍ତୁପକ୍ଷ ତଥା ନିଜ ପିଲାଙ୍କ ଠାରୁ ଏ ସମ୍ପର୍କରେ ସୂଚନା ପାଇ ନିଜ ନିଜ ପିଲାଙ୍କୁ ଆସି ଅଭିଭାବକ ମାନେ ଘରକୁ ନେଇଯାଉଛନ୍ତି ।  ଏପରିକି ହଷ୍ଟେଲରେ କାର୍ଯ୍ୟରତ ମେଟ୍ରନ୍ ମଧ୍ୟ ତାଙ୍କ ରୁମରେ ରହିବାକୁ ସୁରକ୍ଷିତ ମଣୁନାହାନ୍ତି । ଭୂତ ଆତଙ୍କରେ କଲେଜ କର୍ତ୍ତୁପକ୍ଷ ଆତଙ୍କିତ ହୋଇପଡିଛନ୍ତି ।  ସୂଚନା ମୂତାବକ  ଚଳିତ ବର୍ଷର ପାଠପଢା ଆରମ୍ଭରେ ଏହି କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଥିଲା। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ପ୍ରେତାତ୍ମା କଲେଜର ବିଭିନ୍ନ ଛାତ୍ରୀଙ୍କ ଦେହରେ ଆସୁଥିବା ବେଳେ ସେମାନଙ୍କର ଅସ୍ଵାଭାବିକ ଆଚରଣ ସମସ୍ତଙ୍କୁ ଚକିତ କରିଛି ।

Leave A Reply

Your email address will not be published.