Latest Odisha News

BREAKING NEWS

ବାଲୁକା କଳାରେ ସ୍ଵଛତା ହିଁ ସେବାର ବାର୍ତ୍ତା ଦେଲେ ବାଲୁକାଶୀଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ ଆଜି ସାରା ଦେଶ ପାଳୁଛି ସ୍ଵଛତା ହିଁ ସେବା ପକ୍ଷ । ସ୍ୱାଧୀନତା ଦିବସରୁ ଆରମ୍ଭ ହୋଇ ଏହା ଗାନ୍ଧୀ ଜୟନ୍ତୀ ଅର୍ଥାତ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଚଳିତବର୍ଷ ସ୍ଵଛତା ହିଁ ସେବା ପକ୍ଷର ଥିମ ରହିଛି GARBAGE FREE INDIA । ଆଜିର ଦିନରେ ସାରାଦେଶକୁ ଗୋଟିଏ ଘଣ୍ଟାର ଶ୍ରମଦାନ କରି ନିଜ ପରିବେଶକୁ ସ୍ଵଛ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିଲେ ଆହ୍ୱାନ । ତେଣୁ ଏହି ଅଵସରରେ ପୁରୀ ବେଳାଭୂମିରେ ସ୍ଵଛତା ହିଁ ସେବାର ବାର୍ତ୍ତା ଦେଇଛନ୍ତି ବାଲୁକାଶୀଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

BjdElectrycity

ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳାରେ ୨୫ ଫୁଟର ଝାଡୁ ଧରି ସ୍ଵଛତା କାର୍ଯ୍ୟକ୍ରମ କରୁଥିବା ମୋଦିଙ୍କ ଏକ ଅବିକଳ ବାଲୁକାକଳା ଆଙ୍କିଛନ୍ତି । ଏଥିରେ ରଙ୍ଗ ବେରଙ୍ଗର ପ୍ରାୟ ୧ଶହ ଡ଼ଷ୍ଟବିନ ଆଙ୍କିଛନ୍ତି । ଆଜିର ଏହି ଦିନରେ ଭାରତୀୟ ଏକ ହୋଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଶ୍ରମଦାନ କରି ପରିବେଶ ସ୍ଵଛତା ଦିଗରେ କାର୍ଯ୍ୟ କରିବା ପାଇଁ ସୁଦର୍ଶନ ନିଜର ବାଲୁକାକଳା ମାଧ୍ୟମରେ ଆହ୍ଵାନ ଦେଇ କହିଛନ୍ତି ।

Leave A Reply

Your email address will not be published.