Latest Odisha News

BREAKING NEWS

କବିତା ନିରଂତର : ଭାବର ବାହନ ଭାଷା

  • ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ 

ପଢ଼ିନାହିଁ ମୁହିଁ ଖୁବ୍‌ ବେଶି ବହି
ସ୍ବାନୁଭୂତିରୁ ଲେଖି ଆଉ କହି
ହୋଇଛିଁ କେବଳ ଜଣେ ଭାଷାପ୍ରେମୀ
ସାହିତ୍ଯ କାନନେ କେବେ ବି ନ ଭ୍ରମି

କାନରେ ଶୁଣି ମୁଁ ଶିଖିଅଛିଁ ଭାଷା
ସେ ଶୁଣାକଥାକୁ କରେଁ ମୁଁ ଭରସା
ଭାଷା ବିଷୟରେ ଭାବନା ସଂଚାର
ନିମଂତେ ହୋଇଛିଁ ଜଣେ ପଦ୍ୟକାର

ମୋ ଲୋକଂକ ସହ ହୋଇଛିଁ ଜଡ଼ିତ
ତାଂକ କଥା ଶୁଣି ହୋଇ ଉତ୍ସାହିତ
ସିଧା ସ୍ପଷ୍ଟ ରୂପେ ଜଣାଏଁ ମୋ କଥା
ଅର୍ଜନ କରିନି ସାମାନ୍ୟ ବିଦ୍‌ବତ୍ତା

ଲିଖିତ ରଚନା କଲେ ହେଁ ପଠନ
କରେଁନି ବିରୋଧ କିଂବା ସମର୍ଥନ
ସମସ୍ତଂକ ଭଳି ମୁହିଁ ବି ସ୍ବାଧୀନ
କରେଁ ମୋ ଭାବନା ଚିଂତା ବିତରଣ

ଶବ୍ଦ, ଶୈଳୀ ନୁହେ ବିକଳ୍ପବିହୀନ
ସଂସାର ତ ଅଟେ ବିବିଧତାପୂର୍ଣ
ଯାହାର ଯେପରି ମନ, ପ୍ରୟୋଜନ
କରଂତି ସେପରି ଚିଂତନ, ଲିଖନ

କାହାକୁ କେବେ ତ କରିନି ବାରଣ
ବେଶି ଚର୍ଚା ପାଇଁ ଦିଶୁନି କାରଣ
ବ୍ୟକ୍ତି ବୁଝି ନିଜ ରୁଚି ପ୍ରୟୋଜନ
କରଂତି ଭାଷାକୁ ଭାବର ବାହନ

Comments are closed.