ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୦
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଏକୋଇଶି ଦିନ ବାହାର ଚନ୍ଦନ ଯାତ୍ରା ହେଲାପରେ ଏହି ଅନ୍ତିମ ଦିନ ଭଉଁରୀ ଅନୁଷ୍ଠିତ ହୁଏ। ଏହି ଦିନ ଦୁଇଟିଯାକ ଚାପ ଦିନରେ ଏକୋଇଶି ଘେରା ଚାପରେ ବୁଲିବା ପରେ,ବାହାର ଚନ୍ଦନର ଉଦଯାପନୀ ହୁଏ। ଏହି ଦିନ ରାତ୍ର ଚାପ ହେଉ ନଥିବାରୁ ଠାକୁରଙ୍କ ବାହୁଡା଼ ବିଜେ ହୁଏ । ଏହାପରେ ଏକୋଇଶି ଦିନ ଭିତର ଚନ୍ଦନ ଯାତ୍ରା ହୁଏ। ଏହି ଦିନମାନଙ୍କରେ ଶ୍ରୀଜୀଉଙ୍କର ଚନ୍ଦନ ଲାଗି,ଆଳତି ଚାମର ଲାଗି ଇତ୍ୟାଦି ନୀତିମାନ ପାଳିତ ହୁଏ। ଏହି ଏକୋଇଶି ଦିନ ଭିତରେ ତିନିଦିନ ଯଥା ଶୀତଳ ଷଷ୍ଠୀ, ରୁକ୍ମିଣୀ ହରଣ ଓ ଜଳକ୍ରୀଡା ଏକାଦଶୀରେ ସବୁ ଠାକୁର ଜଳ କ୍ରୀଡା ମଣ୍ଡପରେ ଏକତ୍ରିତ ହୁଅନ୍ତି । ଏହିପରି ଭାବରେ ଭିତର ଚନ୍ଦନ ଯାତ୍ରା ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। କଳି ଯୁଗରେ ପ୍ରଭୁଙ୍କର ଏହି ଜଳକ୍ରୀଡାକୁ ଅନ୍ୟ ତିନି ଯୁଗର ନବକ୍ରୀଡା ସହ ତୁଳନା କରାଯାଏ। ଦର୍ଶନ ଶାସ୍ତ୍ର ଅନୁସାରେ ଏହି ଭବସାଗରରୁ ନିଜର ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ନିଜେ ପ୍ରଭୂ ମହାନାବିକ ସାଜି ନlବକ୍ରୀଡା କରିଥାନ୍ତି। ଯେଭଳି ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ ଚନ୍ଦନର ଶୀତଲତା ଆବଶ୍ୟକ, ସେହିପରି ଭବସାଗରର ଜ୍ୱାଳାରୁ ରକ୍ଷା ପାଇବା ପାଇଁ ପ୍ରଭୁଙ୍କର ସଙ୍ଗ ଲାଭ, ନାମ କୀର୍ତ୍ତନ ଶୀତଲତା ପ୍ରଦାନ କରିଥାଏ। ଶାସ୍ତ୍ରରେ ବର୍ଣ୍ଣନା ଅଛି :- ଦୋଳେ ଚ ଦୋଳ ଗୋବିନ୍ଦଂ, ଚlପେଶ୍ଚ ମଧୁସୂଦନଂ, ରଥେ ତୁ ବାମନ ଦୃଷ୍ଟl ପୁନଃ ଜନ୍ମ ନବୀଦ୍ୟତେ । ସତ୍ୟଯୁଗରେ ନୃସିଂହ ମହାପ୍ରଭୁଙ୍କ ନାବଯାତ୍ରା, ତ୍ରେତୟାରେ ପ୍ରଭୂ ଶ୍ରୀରାମଙ୍କ ନାବ ଯାତ୍ରା, ଦ୍ୱାପରରେ ଶ୍ରୀକୃଷ୍ଣ ସ୍ୱୟଂ ନାବିକ ସାଜି ଗୋପୀମାନଙ୍କୁ ଯମୁନା ନଦୀ ପାର କରାଇବା ଓ କଳିଯୁଗରେ ଚାପ ଖେଳିବା ଇତ୍ୟାଦି ସବୁ ସେହି ମହାନlବିକଙ୍କ ଅପୂର୍ବ ଲିଳାର ଅଂଶ ଅଟେ। ସାରଳା ଦାସଙ୍କ ଭାଷାରେ “ଶ୍ରୀଜଗନ୍ନାଥ ନାମ ଗୋଟି ମୂଳ ମନ୍ତ୍ର ହେଉ, ଭବ ସାଗର ତାରଣ ନାବ ଗୋଟି ସେହୁ । ” ଏହିପରି ନୃସିଂହ ପୁରାଣ, ରାମାୟଣ, ଦୀନକୃଷ୍ଣ ଦାସଙ୍କ ନlବକେଳି, ଅଚ୍ୟୁତାନନ୍ଦଙ୍କ ହରିବଂଶ ପ୍ରଭୃତି ଗ୍ରନ୍ଥରେ ନାବ କ୍ରୀଡାର ବର୍ଣ୍ଣନା ମିଳୁଛି। କଳିଯୁଗର ପୁରୁଷୋତ୍ତମ ପୁରାଣ ଓ ଚନ୍ଦନ ଯାତ୍ରା କlରିକା ଏହି ଚନ୍ଦନ ଯାତ୍ରାର ବିଶେଷ ବର୍ଣ୍ଣନା ଦେଇଥାଏ। ତେଣୁ ଆଜି ଏହି ଶ୍ଳୋକ ଆବୃତ୍ତି କରି ଶେଷ କରିବା ।
” ନମୋ ନରକ ସନ୍ତ୍ରାସ -ରକ୍ଷା ମଣ୍ଡନ କlରିଣେ,, ସଂସାର ନିମଗ୍ନl ବର୍ତ୍ତତରି -କlଷ୍ଟlୟ ବିଷ୍ଣବେ।” ଅବା ଗାଇବା ” ରାମ ନାମ ସଂସାର ସାଗରକୁଟି ଭେଳା, ତରିଯାରେ ବାଇମନ ନକର ତୁ ହେଳା । “
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.