Latest Odisha News

BREAKING NEWS

ଆସନ୍ତା ବର୍ଷ କାର୍ଯ୍ୟକ୍ଷମ ହେବ ଦେଶର ପ୍ରଥମ ସ୍ୱଦେଶୀ ଏୟାର୍‌କ୍ରାଫ୍ଟ କ୍ୟାରିଅର୍‌ ; ରାଜନାଥ ସିଂ

କୋଚି: ଆସନ୍ତା ବର୍ଷ ଭାରତର ପ୍ରଥମ ସ୍ୱଦେଶୀ ଏୟାର୍‌କ୍ରାଫ୍ଟ କ୍ୟାରିଅର୍‌ ‘ଆଇଏନ୍ଏସ୍ ବିକ୍ରାନ୍ତ’ କାର୍ଯ୍ୟକ୍ଷମ ହେବ। ଏ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୋଚିରେ କହିଛନ୍ତି।

ସ୍ୱଦେଶୀ ବିମାନ ଏୟାର୍‌କ୍ରାଫ୍ଟ କ୍ୟାରିଅର୍‌ ‘ଆଇଏନ୍ଏସ୍ ବିକ୍ରାନ୍ତ’ର ନିର୍ମାଣର ଅଗ୍ରଗତି ବିଷୟରେ ସମୀକ୍ଷା କରିବା ପରେ ରାଜନାଥ ସିଂ ଏହି ସୂଚନା ପ୍ରଦାନ କରିଛନ୍ତି।

ସେ ଏହାକୁ “ଭାରତର ଗର୍ବ ଏବଂ ଆତ୍ମନିର୍ଭର ଭାରତର ଏକ ଜ୍ୱଳନ୍ତ ଉଦାହରଣ” ବୋଲି ବର୍ଣ୍ଣନା କରିଛନ୍ତି।

‘ଆଇଏନ୍ଏସ୍ ବିକ୍ରାନ୍ତ’ ସ୍ୱଦେଶୀ ଏୟାର୍‌କ୍ରାଫ୍ଟ ଆଇଏସି-୧ ଭାବରେ ମଧ୍ୟ ଜଣାଶୁଣା।

Comments are closed.