Latest Odisha News

BREAKING NEWS

ବନ୍ଦ ହେଲା ଭୁବନେଶ୍ୱରର ଏକ ନମ୍ବର ହାଟ

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ଆଜି ବିଏମସି ପକ୍ଷରୁ ଆଜି ୧ ନମ୍ବର ହାଟକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ସମୟରେ ସମସ୍ତ ହୋଲସେଲ୍ ଓ ଖୁଚୁରା ଦୋକାନ ବନ୍ଦ ରହିବ । କୌଣସି ବ୍ୟବସାୟୀ ବ୍ୟବସାୟ କରିପାରିବେ ନାହିଁ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ହାଟରେ ବ୍ୟବସାୟୀ ଓ ଗ୍ରାହକ ଭିଡ ଜମୁଥିବା ବେଳେ କରୋନା ସଂକ୍ରମଣ ଭୟ ରହୁଛି । ସାମାଜିକ ଦୂରତା ଲୋକେ ମାନୁ ନ ଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.