Latest Odisha News

BREAKING NEWS

ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କଲେ ମନୁ ଭାକର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ଦିବସରେ ଶୁଟର ମନୁ ଭାକର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୮ ଜଣ ଫାଇନାଲିଷ୍ଟ ମଧ୍ୟରେ ଏଥର ମୁକାବିଲା ହେବ । ମନୁ ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ୬୦୦ରୁ ୫୮୦ ପଂଏଟ ସ୍କୋର କରି ୪୫ ଶୁଟର୍ସଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଥିଲେ । ରିଦ୍ମା ସାଙ୍ଗବାନ ନୈରାଶ୍ୟଜନକ ପ୍ରଦର୍ଶନ କରି ଏହି ବିଭାଗରେ ୧୫ତମ ସ୍ଥାନରେ ରହି ଫାଇନାଲ ଦୌଡରୁ ବାଦ ପଡିଥିଲେ । ଜୁଲାଇ ୨୮ ଦ୍ୱିପ୍ରହର ୩ଟା୩୦ରେ ସେ ପଦକ ପାଇଁ ପ୍ରତିଦ୍ୱ୍‌ଦ୍ୱୀତା କରିବେ । ଏହା ପୂର୍ବରୁ ଚୀନ ୧୦ ମିଟର ରାଇଫଲ ମିକ୍ସଡ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ।

କୋରିଆ ରୌପ୍ୟ ଓ କାଜକସ୍ତାନ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ବିଭାଗରେ ଭାରତୀୟ ଯୋଡି ଷଷ୍ଠ ଏବଂ ୧୨ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ରମିତା ଓ ଅର୍ଜୁନ ୬୨୮.୭ ପଂଏଟ ଏବଂ ଏଲାଭିନେଲ ଓ ସନ୍ଦୀପ ୬୨୬.୩ ପଂଏଟ ହାସଲ କରି ଫାଇନାଲ ଦୌଡରୁ ବାଦ ପଡିଥିଲେ ।

Comments are closed.