ନୂଆଦିଲ୍ଲୀ: ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଟିଏମ ସଂଖ୍ୟା ହ୍ରାସ ପାଇଛି। ଏନେଇ ସୋମବାର ଦିନ ସଂସଦରେ ସରକାର ସୂଚନା ଦେଇଛନ୍ତି। ଖାସକଥା ହେଉଛି ଯେ ମେଟ୍ରୋ, ସହର ଏବଂ ମହାନଗର ତଥା ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି।
ସେପ୍ଟେମ୍ବର ୨୦୨୪ ଶେଷରେ ଦେଶରେ ଏଟିଏମ୍ ସଂଖ୍ୟା ୨,୫୫,୦୭୮ ଥିବାବେଳେ ଏକ ବର୍ଷ ପୂର୍ବେ ଏହା ୨,୫୭,୯୪୦ ଥିଲା। ଫଳରେ ଏହି ସଂଖ୍ୟା ୧% ରୁ ଟିକେ କମ୍ ହ୍ରାସ ପାଇଛି। ସବୁଠାରୁ ବଡ ହ୍ରାସ (୨.୨) ଗ୍ରାମାଞ୍ଚଳରେ ଦେଖାଯାଇଛି ଯେଉଁଠାରେ ସେପ୍ଟେମ୍ବର ଶେଷରେ ଏହି ସଂଖ୍ୟା ୫୪,୧୮୬କୁ ଖସି ଆସିଥିଲା। ତେବେ ମେଟ୍ରୋରେ ଥିବା ଏଟିଏମ୍ ସଂଖ୍ୟା ଏହି ସମୟ ମଧ୍ୟରେ ୧.୬% ହ୍ରାସ ହୋଇ ୬୭,୨୨୪ରେ ପହଞ୍ଚିଥିଲା।
ତେବେ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ କହିଛନ୍ତି ଯେ ସରକାରୀ ବ୍ୟାଙ୍କଗୁଡିକ ଦେଇଥିବା ସୂଚନା ଅନୁଯାୟୀ ବ୍ୟାଙ୍କଗୁଡିକର ଏଟିଏମ୍ ବନ୍ଦ ହେବାର କାରଣ ରହିଛି। ଅପରପକ୍ଷରେ ବ୍ୟାଙ୍କର୍ସ କହିଛନ୍ତି ଯେ ପେମେଣ୍ଟ ଉପକରଣ ଭାବରେ ୟୁପିଏ ଏବଂ କାର୍ଡର ଆବିର୍ଭାବ ଯୋଗୁ ନଗଦ ଟଙ୍କାର ବ୍ୟବହାର ହ୍ରାସ ପାଇଛି। ଏହି କାରଣରୁ ଏଟିଏମ୍ ଗୁଡିକ ଅନାବଶ୍ଯକ ହୋଇପଡିଛି। ଆଜିକା ସମୟରେ ପନିପରିବା ଠାରୁ ଆରମ୍ଭ କରି ସବୁଠି ଗ୍ରାହକମାନେ ୟୁପିଆଇର ବ୍ୟବହାର କରୁଛନ୍ତି।