ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ ସୋମବାର ନୂଆ ମୋଡ ନେଇଛି । ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ଗିରଫ ହୋଇଥିବା ୨ ଅଭିଯୁକ୍ତ ଜୈଦ ବିଲାତ୍ରା ଓ ଅବଦୁଲ୍ଲ ବସିତ ପରିହାର ସେମାନଙ୍କ ବୟାନ ବଦଳାଇଛନ୍ତି । ଏମାନଙ୍କ ବୟାନ ବଳରେ ଏନସିବି ରିୟା ଚକ୍ରବର୍ତିଙ୍କ ଭାଇ ଶୌଭିକ, ହାଉସ ମ୍ୟାନେଜର ସାମ୍ୟୁଏଲ ମିରାଣ୍ଡା ଓ ହେଲ୍ପର ଦୀପେଶ ସାୱନ୍ତଙ୍କୁ ଗିରଫ କରିଥିଲା ।
ଜୈଦ ଓ ପରିହାର ଏନସିବି ଅଧିକାରୀ ଜୋର ଜବରଦସ୍ତ ସେମାନଙ୍କ ବୟାନ ରେକର୍ଡ କରିଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି । ଡ୍ରଗ୍ସ ମାମଲାରେ ସେମାନଙ୍କୁ ମେଟ୍ରୋପେଲିଟନ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା । ସେଠାରେ ସେମାନେ ବୟାନକୁ ଅସ୍ୱୀକାର କରିଥିଲେ । ଏହାପରେ ସେମାନେ ଜାମିନ ମାଗିଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଛି ।
Comments are closed.