Latest Odisha News

ଭୁବନେଶ୍ଵରରେ ଜବରଦଖଲ ମୁକ୍ତ ହେଲା ୨ ଏକର ସରକାରୀ ଜମି

ଭୁବନେଶ୍ୱର: ବିଡିଏ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଥିବା ବେଳେ ଭୁବନେଶ୍ୱରର ପ୍ରାୟ ୨ ଏକର ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି।

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଶନିବାର ସହରର ସରସ୍ୱତୀ ବସ୍ତିରେ ପୁଲିସ ଫୋର୍ସ ଉପସ୍ଥିତିରେ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା। ୨ ଏକର ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ସୁଲଭ ଆବାସ ପ୍ରକଳ୍ପର ହିତାଧିକାରୀଙ୍କ ଆଜବେଷ୍ଟସ୍ ଛାତ ଥିବା ପ୍ରାୟ ୩୫୦ଟି ଘର ଓ ସ୍ଥାନୀୟ ଅଞ୍ଚଳରେ ୩ଟି ଦୋକାନ ଭାଙ୍ଗି ଦିଆଯାଇଥିଲା।

କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ଏହି ଉଚ୍ଛେଦ କରାଯାଇଥିଲା। ବିଡିଏର ଅନେକ ଅଧିକାରୀ ଓ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମଧ୍ୟ ଉପସ୍ଥିତ ଥିଲେ।

ଚନ୍ଦ୍ରଶେଖରପୁର ସ୍ଥିତ ଉତ୍କଳ ହସ୍ପିଟାଲ ନିକଟରେ ସୁଲଭ ଆବାସ ପ୍ରକଳ୍ପ ଅଧୀନରେ ବସ୍ତିରୁ ବିସ୍ଥାପିତ ହୋଇଥିବା ୧୨୫ ପରିବାରଙ୍କୁ ଘର ଆବଣ୍ଟନ କରାଯାଇଛି।

Comments are closed.