Latest Odisha News

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବିନ୍ଦ୍ର ମଣ୍ଡପରେ ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଉଦଯାପିତ ହୋଇଯାଇଛି ।

ଉଦଯାପନୀ ଦିବସର ପ୍ରଥମ ଅଧିବେଶନରେ ବି ଶିଷ୍ଟ ଓଡ଼ିଶୀ ଗୁରୁ ମୁକ୍ତିଲାଲ ପାଲ, ଗୁରୁ ପିତାମ୍ବର ବିଶ୍ୱାଳ ଓ ଗୁରୁ ଜ୍ୟୋତି ରାଉତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଆଦି ଗୁରୁ ଓଡ଼ିଶୀ ଗୁରୁକୁଳ ଚାରିଟେବୁଲ ଟ୍ରଷ୍ଟ ଅନୁଷ୍ଠାନର ଶିଳ୍ପୀମାନଙ୍କଦ୍ୱାରା ମଙ୍ଗଳା ଚରଣ ପରିବେଷଣରୁ ଆରମ୍ଭ ହୋଇଥିବା ଏହି ଅଧିବେଶନର ଏକକ ପର୍ଯ୍ୟାୟରେ କଲିକତାର ଶତରୂପା ସାହାଙ୍କ ଦ୍ୱାରା ଅଭିନୟ ମାତଙ୍ଗୀ ଧ୍ୟାନମ୍‍, ଭୁବନେଶ୍ୱରର ମହାରାଜା ଭୋଇଙ୍କ ଦ୍ୱାରା ରାଗେଶ୍ରୀ ପଲ୍ଲବୀ, ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ଭୁବନେଶ୍ୱରର ଅମ୍ରିତା ଓ ସୁଜାତା ସେଠଙ୍କ ଦ୍ୱାରା ଅଭିନୟ ନମାମି କୃଷ୍ଣ ସୁନ୍ଦରମ୍‍, ଏକକ ପର୍ଯ୍ୟାୟରେ ଭୁବନେଶ୍ୱରର ଲିପ୍ସା ଦଳାଇଙ୍କ ଦ୍ୱାରା ଅଭିନୟ କୋଣାର୍କ କାନ୍ତୀ, ଆମେରିକାର କିଷ୍ଣା ରତଙ୍କ ଦ୍ୱାରା ଅଭିନୟ ତୋ ଲାଗି ଗୋପ ଦାଣ୍ଡ ମନାରେ, ଦ୍ୱୈତ ପର୍ଯ୍ୟାୟରେ ପୁରୀର ଅର୍ଚ୍ଚନା ସାହୁ ଓ ମମତା ଭୋଇଙ୍କ ଦ୍ୱାରା ଅଭିନୟ ଶିବ ସ୍ତୁତି, ଏକକ ପର୍ଯ୍ୟାୟରେ ଭୁବନେଶ୍ୱରର ମ୍ରିତିକା ମୁଖପାଧ୍ୟାୟଙ୍କ ଦ୍ୱାରା ଅଭିନୟ ତୋ ଲାଗି ଗୋପ ଦାଣ୍ଡ ମନାରେ, ଭୁବନେଶ୍ୱରର ସେଫାଳୀ ପଟ୍ଟନାୟକଙ୍କ ଦ୍ୱାରା ଅଭିନୟ ଅର୍ଦ୍ଦନାରୀଶ୍ୱର ଏବଂ ଶେଷରେ ପୁରୀ ଡ଼୍ୟାନ୍ସା ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ନାଚନ୍ତି ରଙ୍ଗେ ଶ୍ରୀହରି ପରିବେଷିତ ହୋଇଥିଲା ।

ଦ୍ଵିତୀୟ ଅଧିବେଶନରେ ବିଶିଷ୍ଟ ଓଡ଼ିଶୀ ଗୁରୁ ଦୁର୍ଗାଚରଣ ରଣବୀର, ଗୁରୁ ନିରଞ୍ଜନ ରାଉତ ଓ ଗୁରୁ ରମେଶ ଚନ୍ଦ୍ର ଦାସ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ଭୁବନେଶ୍ୱରର ନୃତ୍ୟସୁଧା ଡ଼୍ୟାନ୍ସ ଏକାଡ଼େମୀ ଟ୍ରଷ୍ଟର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ଶିବ ପଞ୍ଚକ କୋଲକାତାର ରୋହିନୀ ୟାଦବ ଓ ପ୍ରଜ୍ଞାସେନଙ୍କ ଦ୍ୱାରା ମାଲକୋଷ ପଲ୍ଲବୀ, ଭଦ୍ରକର ସତ୍ୟ ପ୍ରକାଶ ସାହୁଙ୍କ ଦ୍ୱାରା ଅଭିନୟ ଚାରି ଯୁଗରେ ନମୋ ନମୋ ନମୋ ଦୁର୍ଗେ, ଅନୁସ୍କା ନାୟକ ଓ ସାଲୋନି ଦାସଙ୍କ ଦ୍ୱାରା ଅଭିନୟ ନାଦ ଓ ମୋହନ ମୁରଲୀ ଛଇ ଲୋ, ସସ୍ମିତା ଦାସଙ୍କ ଦ୍ୱାରା ଅଭିନୟ ସଙ୍ଗୀନିରେ ଚାହା ବେଣୁ ପାଣିକି ଏବଂ ଶେଷରେ କୋଲକାତାର ଶତାବ୍ଦୀ ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଶିବାଷ୍ଟକ ପରିବେଷିତ ହୋଇଥିଲା ।

ଅନ୍ତିମ ଅଧିବେଶନରେ ଅଧିବେଶନର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର, ଭୁବନେଶ୍ୱରମେୟର ସୁଲୋଚନା ଦାସ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍‍ ମହାନ୍ତି, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା କୁମ୍‍କୁମ୍‍ ମହାନ୍ତି, ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକତା ଦାସ ଓ ଓଡ଼ିଶୀଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଏକକ ନୃତ୍ୟ ପର୍ଯ୍ୟାୟରେ ବିଶିଷ୍ଟ ନୃତ୍ୟଶିଳ୍ପୀ ଶର୍ମିଳା ବିଶ୍ୱାସଙ୍କ ଦ୍ୱାରା ଅଭିନୟ ବିଳାଶିନୀ, ସରିତା ମିଶ୍ରଙ୍କ ଦ୍ୱାରା ଅଭିନୟ ବରବଧୂ, ବୁଦ୍ଧିରାମ ବଳ ଓ ବିଶ୍ୱଜିତ ମହାପାତ୍ରଙ୍କ ଦ୍ୱାରା ଅଭିନୟ ସଂହିତା, ଅଙ୍କିତା ରଥଙ୍କ ଦ୍ୱାରା ଶ୍ୟାମ ଫେରିଯା, ଅନୁଶ୍ରୀ ପଦ୍ମନାଭଙ୍କ ଦ୍ୱାରା ୟମନ୍‍ ପଲ୍ଲବୀ, ୟକୁ ୟଶିୟିକା ଓ ମାୟୀ ୱାତମ୍ବେଙ୍କ ଦ୍ୱାରା ଗୁରୁ ବନ୍ଦନା (ହରିହର), ଦିପ୍ତିରଞ୍ଜନ ବରାଳ (ଏକକ), ଦୀକ୍ଷା ରଥ ଓ ଦିବ୍ୟା ରଥ (ଦ୍ୱୈତ) ଏବଂ ଶେଷରେ ସିଞ୍ଜନ ନେତ୍ରାଳୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ବନ୍ଦେମାତରମ୍‍ ଓ ତାରା ପଲ୍ଲବୀ ପରିବେଷିତ ହୋଇଥିଲା ।

ଏହି ଉତ୍ସବର ସମଗ୍ର କାର୍ଯ୍ୟକ୍ରମ ମୃତ୍ୟଞ୍ଜୟ ରଥଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.