Latest Odisha News

BREAKING NEWS

ନାସିକ ଆର୍ଟିଲରି ସେଣ୍ଟରରେ ଅଘଟଣ, ୨ ଅଗ୍ନିବୀର ମୃତ

ନାସିକ: ନାଶିକର ଆର୍ଟିଲରି ସେଣ୍ଟରରେ ଏକ ଟ୍ରେନିଂ ଅଭ୍ୟାସରେ ହଠାତ୍ ଏକ ତୋପ୍ ଗୋଳା ଫାଟିଯିବାରୁ ଦୁଇଜଣ ଅଗ୍ନିବୀର କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଜଣେ ଅଗ୍ନିବୀର ଗୁରୁତର ଆହତ ହୋଇଥିବା ବେଳେ ଆହତମାନଙ୍କୁ ସେନା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ଏ ସମ୍ପର୍କରେ ଦେବଲାଲି କ୍ୟାମ୍ପ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।

ଦେବଲାଲି କ୍ୟାମ୍ପ ପୋଲିସ ଦେଇଥିବା ସୂଚନା ଅନୁଯାୟୀ ଗୁରୁବାର ଦିନ ପ୍ରାୟ ୧୨ଟା ୩୦ମି. ସମୟରେ ଅଗ୍ନିବୀର ମାନେ ଦେବଲାଲି କ୍ୟାମ୍ପ ଲସ୍କର ଅଞ୍ଚଳରେ ଥିବା ଫାୟାର ରେଞ୍ଜ ଆର୍ଟିଲରିରେ ଅଭ୍ୟାସ ବେଳେ ଅଘଟଣ ଘଟିଥିଲା। କିପରି ଗୁଳିଚାଳନା କରିବେ ସେନେଇ ତାମିଲ ଦିଆଯାଉଥିଲା। ଅଗ୍ନିବୀରମାନେ ଇଣ୍ଡିଆନ ଫିଲ୍ଡ ବନ୍ଧୁକରୁ ଅଭ୍ୟାସ କରୁଥିଲେ।

Comments are closed.