Latest Odisha News

ଜଟିଆବାବାଜି ଛକରେ ହତ୍ୟାକାଣ୍ଡ ଘଟଣା: ୨ଜଣଙ୍କୁ ଗିରଫ କଲା କୁମ୍ଭାରପଡା ଥାନା ପୋଲିସ

ପୁରୀ: ଗତକାଲି ଅପରାହ୍ନରେ ପୁରୀ ଜଟିଆବାବାଜୀ ଛକ ନିକଟରେ ଘଟିଥିବା ଲଡ଼ୁ ନାୟକ ହତ୍ୟା ଘଟଣାରେ ୨ଜଣକୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ l ମୃତକ ଲଡ଼ୁ ନାୟକଙ୍କ ସମ୍ପର୍କୀୟ ମାମୁ ଗଙ୍ଗା ନାୟକ ଓ ତାଙ୍କ ପୁଅ ସୁନ୍ଦନ ନାୟକକୁ ଗିରଫ କରିଛି ପୋଲିସ l ତେବେ ହତ୍ୟା ଘଟଣା ରେ ୩ଜଣ ଅଭିଯୁକ୍ତଙ୍କର ସମ୍ପୃକ୍ତି ରହିଥିବା ବେଳେ ୨ଜଣକୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ଏପର୍ଯ୍ୟନ୍ତ ଅନ୍ୟ ଅଭିଯୁକ୍ତ ସଚି ନାୟକ ଫେରାର ଥିବା ପୋଲିସ କହିଛି l

ସୂଚନା ଅନୁସାରେ, ଗତକାଲି ଲଡ଼ୁ ନାୟକ ଜଟିଆବାବାଜୀ ଛକ ନିକଟରେ ଥିବା ଏକ ଜଳଖିଆ ଦୋକାନରେ ବସିଥିବା ସମୟରେ ତାଙ୍କ ସମ୍ପର୍କୀୟ ମାମୁଁ ଗଙ୍ଗା ନାୟକ ଏବଂ ତାଙ୍କ ଦୁଇ ପୁଅ ଲୁହା ରଡ଼ ଏବଂ ସଂଢ଼ୁଆସି ଦ୍ୱାରା ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଲଡ଼ୁ ନାୟକ l ସେଠାରୁ ତାଙ୍କୁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କ ଅଭିଯୋଗ କ୍ରମେ କୁମ୍ଭାରପଡା ଥାନା ପୋଲିସ ଘଟଣାର ତଦନ୍ତ କରି ଦୁଇ ଜଣକୁ ଗିରଫ କାରି କୋର୍ଟ ଚାଲାଣ କରିଛି   l ହତ୍ୟା ରେ ବ୍ୟବହୃତ ଲୁହା ରଡ଼ ଏବଂ ସଂଢ଼ୁଆସି ଜବତ କରଯାଇଛି l ଅନ୍ୟ ଅଭିଯୁକ୍ତ ସଚି ନାୟକକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ଏକ ସାମ୍ୱାଦିକ ସମ୍ମିଳନୀ ଜରିଆରେ କହିଛନ୍ତି ପୁରୀ ସିଟି ଡିଏସ୍ପି l

Leave A Reply

Your email address will not be published.