Latest Odisha News

ଶିକାର ପାଇଁ ଉଦ୍ୟମ ବେଳେ ୨ ବାରାହା ଶିକାରି ଗିରଫ

କେନ୍ଦୁଝର : ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ ବେଳେ ୨ ଶିକାରି ଗିରଫ । ଗିରଫ ୨ ଶିକାରି ହେଲେ ଜେନାଦର ଗାଁର ଯଦୁମଣି କିଷାନ ଓ ଲିଙ୍ଗରାଜ କିଷାନ । ତେଲକୋଇ ଫରେଷ୍ଟ ବିଟ ଅଧିନ ଢିଙ୍କେଶ୍ବରି ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ୩ ଜଣ ଶିକାରୀ ଉଦ୍ୟମ କରୁଥିଲେ । ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନବିଭାଗ । ହେଲେ ବନ ବିଭାଗକୁ ଶିକାରିମାନେ ଖସି ପଳାଉଥିବା ବେଳେ, ୨ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଅନ୍ୟ ଜଣେ ଫେରାର ହୋଇ ଯାଇଛି ।

ଜଙ୍ଗଲ ଭିତର ଦେଇ ଯାଇଥିବା ବିଦ୍ୟୁତ ଲାଇନରେ ହୁକ ପକାଇ ବୋତଲ ଓ ଜିଆଇ ତାର ସାହାଯ୍ୟରେ ବାରାହା ଶିକାର ପାଇଁ ଉଦ୍ୟମ କରିଥାନ୍ତି । ବାରାହଙ୍କ ଯିବା ଆସିବା ରାସ୍ତାରେ କାଚ ବୋତଲକୁ ଇନସୁଲେଟର ଭାବେ ବ୍ୟବହାର କରି ଜିଆଇ ତାରରେ ବିଦ୍ୟୁତ ସଂଯୋଗ କରି ଶିକାରି ମାନେ ଜଗି ରହିଥାନ୍ତି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବନ୍ୟଜନ୍ତୁଙ୍କୁ ମୃତ୍ୟୁ ହେବା ପରେ ତା’ର ମାଂସକୁ ବିକ୍ରି କରିଥାନ୍ତି । ଗିରଫ ଶିକାରି ଗତ ୨୦୨୦ରେ ବିଦ୍ୟୁତ ସଂଯୋଗ କରି ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରିଥିଲେ । ଫଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜେନାଧର ଗାଁର କାର୍ତ୍ତିକ କିଷାନଙ୍କର ମୃତ୍ୟୁ ହୋଇଥିଲା । ସେହି ମାମଲାରେ ଯଦୁମଣି କିଷାନ ଜେଲ ଯାଇଥିଲେ । ଜେଲରୁ ଜାମିନରେ ଆସି ପୁଣି ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ ବେଳେ ୨ ଜଣଙ୍କୁ ଗିରଫ କରିଛି ବନବିଭାଗ ।

Comments are closed.