Latest Odisha News

BREAKING NEWS

ଗୁଣୁପୁର ବଂଶଧାରାରେ ଦୁଇ ନିଖୋଜ ଘଟଣା: ଉଦ୍ଧାର ହେଲା ଜଣଙ୍କ ମୃତଦେହ

ଗୁଣପୁର : ବଂଶଧାରାରେ ଭାସି ନିଖୋଜ ହୋଇଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର। ଗୁଡାରିବ୍ଲକ ଅନ୍ଧାରିଗୁଡ଼ା ନିକଟ ଏକ ବ୍ରିଜ ତଳୁ ୯ବର୍ଷର ନାବାଳକ ରତ୍ନାକର ବଡ଼ନାୟକଙ୍କ ମୃତଦେହ ଉଦ୍ଧାର ହୋଇଛି। ରତ୍ନାକରଙ୍କ ମୃତଦେହ ଏକ ଖୁଣ୍ଟରେ ଲାଗି ରହିଥିବା ଦେଖିଥିଲେ ଗ୍ରାମବାସୀ। ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ କର୍ମଚାରୀ ଆସି ମୃତଦେହକୁ ଉଦ୍ଧାର କରିଛନ୍ତି। ଗତକାଲି ଶ୍ରାବଣ ମାସ ଶେଷ ସୋମବାରରେ  ପ୍ରସିଦ୍ଧ ଶୈବପୀଠ ମୀନାଝୋଲାକୁ ଜଳ ଲାଗି କରିବାକୁ ଅନେକ କାଉଡିଆ ଭକ୍ତ ଆସିଥିଲେ ।

BjdElectrycity

ତେବେ ନଦୀରୁ ପାଣି ନେବାବେଳେ ଦୁଇ ଜଣ ନାବାଳକ ନିଖୋଜ ହୋଇଯାଇଥିଲେ । ମୃତକ ଦୁଇ ଜଣ ରତ୍ନାକର  ବଡନାୟକ ଏବଂ ସ୍ମୃତି ବଡସେଟ୍ । ଆଜି ରତ୍ନାକରଙ୍କର ମୃତଦେହ ଉଦ୍ଧାର ହୋଇଥିବାବେଳେ ସ୍ମୃତି  ଏବେ ବି ନିଖୋଜ ରହିଛନ୍ତି । ଦୁଇ ଜଣଙ୍କ ଘର କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଶ୍ରୀରାମପୁର ଗାଁରେ । ଘଟଣାସ୍ଥଳରେ ଅନ୍ୟ ଜଣେ ନିଷକାଜଙ୍କୁ ଖୋଜାଖୋଜି ଜାରି ରଖିଛି ଦମକଳବାହିନୀ  ।

Leave A Reply

Your email address will not be published.