Latest Odisha News

ମାଲକାନଗିରିରେ ଅଭିଜ୍ଞ ଡାକ୍ତରୀ ଟିମ୍: ୩୧ଯାଏଁ ଉପାନ୍ତ ଅଞ୍ଚଳରେ ଯୋଗାଇବେ ଉତ୍ତମ ସ୍ବାସ୍ଥ୍ୟସେବା

ମାଲକାନଗିରି : ରାଜ୍ୟର ଉପାନ୍ତ ଅଞ୍ଚଳରେ ଗରିବ ନିଷ୍ପ୍ରେସିତ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇେଦବାକୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଜାରି ରହିଛି । ଏ ନେଇ ଆଜି କିଛି ଅଭିଜ୍ଞ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ଲୋକମାନଙ୍କୁ ବହୁ ଜଟିଳ ରୋଗର ଉପଚାର ସୁବିଧାରେଯୋଗାଇ ଦିଆଯାଉଛି । ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ  ବିଭିନ୍ନ ବିଭାଗରୁ ୫ଟି ବଛା ବଛା ଡାକ୍ତରୀ ଦଳ ମାଲକାନଗିରିକୁ ଯାଇଛନ୍ତି ।

ପ୍ରଖ୍ୟାତ ନେଫ୍ରୋଲୋଜିଷ୍ଟ, ଜେନେରାଲ ସର୍ଜରୀ ବିଶେଷଜ୍ଞ, କାର୍ଡିଓଲୋଜିଷ୍ଟ, ରେଡିଓଲୋଜିଷ୍ଟ, ଆନାସ୍ଥେସିଆ ବିଶେଷଜ୍ଞ ଆଦି ଏହି ଡାକ୍ତରୀ ଟିମ୍ ରେ ସାମିଲ ହୋଇଛନ୍ତି ।  ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯିବ । ମାଲକାନଗିରି ଭଳି ଆଦିବାସୀବହୁଳ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ୁଥିଲା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ଡାକ୍ତରମାନେ ଆଦିବାସୀ ଇଲାକାରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ଏନେଇ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି  ।

Leave A Reply

Your email address will not be published.