Latest Odisha News

BREAKING NEWS

ଜମି ବାଡ଼ି ପାଇଁ ଦିବ୍ୟାଙ୍ଗ ଭାଇକୁ ଆକ୍ରମଣ କଲେ ଦୁଇ ଭାଇ

ବାଲେଶ୍ବର: ବାଲେଶ୍ବରରେ ଘଟିଛି ଅଭାବନୀୟ ଘଟଣା। ଦୀବ୍ୟାଙ୍ଗ ଭାଇକୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁଇ ଭାଇ।

ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା କଟାପାଲି ଗାଁରେ ମାଧବ ହାତୀକୁ ଜମିବାଡ଼ି ବିବାଦକୁ ନେଇ ଦୁଇ ଭାଇ ନିତ୍ୟା ହାତୀ ଓ ସାରଙ୍ଗ ହାତୀ ଶାବଳରେ ଆକ୍ରମଣ କରିଥିଲେ। ଗୁରୁତର ଦୁଇ ଭାଇ ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା ବେଳେ ମାଧବ ଗୁରୁତର ଆହତ ହୋଇଛନ୍ତି।

ଅନ୍ୟପଟେ ଘଟଣାରେ ନୀତ୍ୟା ମଧ୍ୟ ଆହତ ହୋଇଥିବା ଜଣା ପଡିଛି। ତେବେ ଜମି ବିବାଦକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହାଯାଉଥିବା ବେଳେ ଘଟଣାର ପ୍ରକୃତ କାରଣ ଜଣାପଡି ନାହିଁ। ସେପଟେ ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Leave A Reply

Your email address will not be published.