Latest Odisha News

Sitakund: ପିକନିକ୍ ପାଲଟିଲା ଶେଷ ଯାତ୍ରା;ସୀତାକୁଣ୍ଡରେ ବୁଡ଼ିଗଲେ ୨ ଭାଇ

ବାରିପଦା: ପିକନିକ ହେଲା କାଳ । ଶିମିଳିପାଳ ପାଦଦେଶ ସୀତାକୁଣ୍ଡ ଜଳପ୍ରାପତ(sitakunda Waterfall Near  Similipal)ରେ ବୁଡ଼ିଗଲେ ଦୁଇ ଭାଇ । ତେବେ ପିକନିକ୍ ସମୟରେ ସୀତାକୁଣ୍ଡ ଜଳପ୍ରପାତରେ ଗାଧୋଇବା ବେଳେ ପାଦ ଖସିଯିବା କାରଣରୁ ଦୁଇଜଣ ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଛନ୍ତି ।

ମୃତକମାନେ ହେଲେ ଅନ୍ଧେଇପାଲ୍ଲିର ସତ୍ୟବ୍ରତ ନାୟକ (୨୩) ଓ ଅଭିଷେକ ନାୟକ(୧୭)।

ଖବରମୁତାବକ, ଶୁକ୍ରବାର ଭଦ୍ରକ ଜିଲ୍ଲା ଅନ୍ଧେଇପାଲ୍ଲି ଅଞ୍ଚଳରୁ ୪ ଜଣ ସାଙ୍ଗ ସୀତାକୁଣ୍ଡକୁ ପିକନିକ୍ ପାଇଁ ଆସିଥିଲେ। ତେବେ ପିକନିକ୍ ସମୟରେ ସୀତାକୁଣ୍ଡ ଜଳପ୍ରପାତରେ ଗାଧୋଇବା ବେଳେ ପାଦ ଖସିଯିବା ଫଳରେ ବୁଡ଼ିଗଲେ ଦୁଇ ଭାଇ ।ଉପସ୍ଥିତ ଅନ୍ୟ ଲୋକ ମାନେ ମଧ୍ୟ ହଠାତ କିଛି ସହଯୋଗ କରିପାରିନଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା । ଉଭୟଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଛି।

ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରାଯାଉଛି ।

Comments are closed.