Latest Odisha News

BREAKING NEWS

ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା, ୩ ମୃତ

ଭୋପାଲ: ଦୁଇ ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ମଧ୍ୟପ୍ରଦେଶ ଶିଙ୍ଗରୁଲରେ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ପାଇଲଟ ଓ ଲୋକୋ ପାଇଲଟ ଆହତ ହୋଇଛନ୍ତି । ସେମାନଙ୍କୁ ଟ୍ରେନ୍‌ରୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆଜି ସକାଳୁ ଏନ୍‌ଟିପିସିର ଦୁଇଟି କୋଇଲା ବୋଝେଇ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛିି । ଗୋଟିଏ ଗାଡି କୋଇଲା ନେଇ ଯାଉଥିବା ବେଳେ ଅନ୍ୟଟି ଅନ୍‌ଲୋଡିଂ କରି ଫେରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଛି । ଫଳରେ କଣ୍ଟେନର ଗୁଡିକ ଓଲଟି ପଡିଛି । ସେପଟେ ଘଟଣାସ୍ଥଳରେ ସିଆଇଏସ୍‌ଏଫ୍‌, ଏସ୍‌ଡିଏମ୍ ଓ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସାଧାରଣତଃ ଗୋଟିଏ ଲାଇନରେ ଏକା ସମୟରେ ଗୋଟିଏ ଟ୍ରେନ୍ ଯିବା ପାଇଁ ଅନୁମତି ରହିଛି । ତେବେ କିପରି ଗୋଟିଏ ଗାଡି ଯାଉଥିବା ବେଳେ ଅନ୍ୟ ଗାଡିକୁ ଯିବା ପାଇଁ ଅନୁମତି ଦିଆଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.