Latest Odisha News

ମୁହିଦ୍ଦିନ ୟାସିନ ହେଲେ ମାଲେସିୟାର ନୂଆ ପ୍ରଧାନମନ୍ତ୍ରୀ

କ୍ୱାଲାଲମ୍ପୁର: ମୁହିଦ୍ଦିନ ୟାସିନଙ୍କୁ ମାଲେସିୟାର ନୂଆ ପ୍ରଧାନମନ୍ତ୍ରୀ ଭାବେ ସେଠାକାର ଶାସକ ନିଯୁକ୍ତି ଦେଇଛନ୍ତି । ଏହାଯୋଗୁ ମାହାଥିର ମହମ୍ମଦଙ୍କ  ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ଆଶା ମଉଳି ଯାଇଛି । ମାହାଥିର ମହମ୍ମଦ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ କେତେକ ନୂଆ ଦଳଙ୍କ ସହିତ ମିଶି ପୁଣି ଥରେ ସରକାର ଗଢ଼ିବାକୁ ଉଦ୍ୟମ କରୁଥିଲେ ।

ଏବେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ମୁହିଦ୍ଦିଦ ୟାସିନ ବି ହେଉଛନ୍ତି ତାଙ୍କରି ଦଳର ନେତା । ସେ ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେ ପୂର୍ବରୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଉପପ୍ରଧାନମନ୍ତ୍ରୀ ଭାବେ କାର୍ୟ୍ୟ କରିସାରିଛନ୍ତି ।

Leave A Reply

Your email address will not be published.