Latest Odisha News

BREAKING NEWS

ଭାରତୀୟ ସେନାରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ କରୋନାଭାଇରସ କାୟା ମେଲାଉଥିବା ବେଳେ ଭାରତୀୟ ସେନାରେ ଦୁଇ ଜଣ ବ୍ୟକ୍ତିଙ୍କର କରୋନା ପରୀକ୍ଷା ପଜିଟିଭ ବାହାରିଛି ।

ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି କର୍ଣ୍ଣେଲ ର‌୍ୟାଙ୍କର ଡାକ୍ତର, ଯିଏକି କଲିକତାର ଆର୍ମି କମାଣ୍ଡ ହସ୍ପିଟାଲରେ ମୁତୟନ ଥିଲେ । ଅନ୍ୟଜଣେ ହେଲେ ଡେରାଡୁନରେ ନିୟୋଜିତ ଜେସିଓ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏବେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ଦୁହେଁ ନିକଟ ଅତୀତରେ ଦିଲ୍ଲୀରୁ ଫେରିଥିଲେ । ସୁରକ୍ଷାକୁ ନଜରରେ ରଖି ସମ୍ପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯିବା ସହ ସମସ୍ତଙ୍କୁ କ୍ୱାରେଣ୍ଟାଇନକୁ ପଠାଇ ଦିଆଯାଇଛି ।

ଆହୁରି ମଧ୍ୟ ନିକଟ ଅତୀତରେ ସେନା ପ୍ରମୁଖ ଜେନେରାଲ ମନୋଜ ମୁକନ୍ଦ ନରୱଣେ କହିଥିଲେ ଯେ ଆମକୁ ଏହି ଭାଇରସରୁ ଦୂରେଇ ରହିବାକୁ ପଡିବ । କାହିଁକି ନା ଆମେ ସୁରକ୍ଷିତ ରହିଲେ ଆମେ ଜନସାଧାରଣଙ୍କୁ ସୁରକ୍ଷିତ ରଖିପାରିବୁ ।

Leave A Reply

Your email address will not be published.