Latest Odisha News

BREAKING NEWS

କୋଭିଡ-୧୯: ଦେଶରେ ବଢୁଛି ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ସାରା ବିଶ୍ୱରେ ହାହାକାର। କରୋନା ପ୍ରଭାବରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩୦ ହଜାର ଟପିଥିବା ବେଳେ ଭାରତରେ ଏହାର ପ୍ରଭାବରେ ଏପର୍ଯ୍ୟନ୍ତ ୨୭ ଜଣଙ୍କ ପ୍ରାଣ ଗଲାଣି ।

ତେବେ ଖାଲି ସଂକ୍ରମିତ ନୁହେଁ ବରଂ ସଂକ୍ରମଣରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯାହା ଅନ୍ତତ ପକ୍ଷେ ଏକ ଖୁସି ଓ ଆଶ୍ବସ୍ଥିର ଖବର ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଏହି ମହାମାରୀରେ ଭାରତରେ ପ୍ରାୟ ୧୦୨୪ ଲୋକ ସଂକ୍ରମିତ ହୋଇଥିବା ବେଳେ ୯୬ ଜଣ ଚିକିତ୍ସିତ ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି ।

ବିଶ୍ୱ ସ୍ତରରେ ଏହି ସଂଖ୍ୟା ଦେଢ଼ ଲକ୍ଷରୁ ଅଧିକ ଅଟେ ।

ଏହି ଭାଇରସର ଵିସ୍ତାରକୁ ଦୃଷ୍ଟିରେ ରଖି ଭାରତ ସରକାର ଆଗାମୀ ଏପ୍ରିଲ ୧୫ ତାରିଖ ଯାଏଁ ସାରାଦେଶକୁ ଲକଡାଉନ କରି ଦେଇଛନ୍ତି ।

Leave A Reply

Your email address will not be published.