Latest Odisha News

BREAKING NEWS

ଭୟାଭୟ ଅଗ୍ନିକାଣ୍ଡ, ୨ଶିଶୁ ସମେତ ୭ଜଣ ଜୀବନ୍ତ ଦଗ୍ଧ

ମୁମ୍ବାଇ: ମହାରାଷ୍ଟ୍ରର ଛତ୍ରପତି ଶମ୍ଭାଜିନଗରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କପଡା ଦୋକାନରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ମହିଳା, ୨ ଶିଶୁ ଓ ୨ ପୁରୁଷ ଅଛନ୍ତି। ଆଜି ଭୋର୍ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି।

ସୂଚନା ମୁତାବକ, ଆଜି ଭୋର୍ ପ୍ରାୟ ୩ଟା ସମୟରେ ୩ ମହଲା ବିଶିଷ୍ଟ ଏକ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ଏକ କପଡା ଦୋକାନରେ ଅଚାନକ ନିଆଁ ଲାଗିଯାଇଥିଲା । ନିଆଁ ଧିରେ ଧିରେ ଚାରିଆଡକୁ ବ୍ୟାପି ଯାଇଥିଲା । ଫଳରେ ଉପର ମହଲାରେ ଥିବା ଲୋକମାନେ ତଳକୁ ଆସି ପାରିନଥିଲେ । ପରିବାର ସଦସ୍ୟ କିଛି ବୁଝିବା ପୂର୍ବରୁ ସେମାନେ ନିଆଁରେ ଫସି ଯାଇଥିଲେ। କିଛି ସମୟ ମଧ୍ୟରେ ସବୁକିଛି ନଷ୍ଟ ହୋଇଯାଇଥିଲା | ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲେ। ଦୀର୍ଘ ୫ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିଲା । ଉଦ୍ଧାର ନେଳେ ବିଲ୍ଡିଂ ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ତେବେ ପ୍ରାଥମିକ ସୂଚନା ଅନୁସାରେ, ସର୍ଟସର୍କିଟ କାରଣରୁ ଏପରି ଘଟଣା ଘଟିଥାଇପାରେ ବୋଲି କହିଛି ପୋଲିସ । ତେବେ ତଳ ମହଲାରେ କପଡା ଗୋଦାମ ଥିବାରୁ ନିଆଁ କ୍ଷୀପ୍ର ବେଗରେ ବ୍ୟାପୀ ଯାଇଥିଲା । ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ କପଡା ଗୋଦାମ ଥିଲା ଓ ମାଲିକ ପରିବାର ପ୍ରଥମ ମହଲାରେ ରହୁଥିଲେ । ଦ୍ବିତୀୟ ଓ ତୃତୀୟ ମହଲାରେ ଭଡାଟିଆ ରହୁଥିଲେ । ଅଗ୍ନିକାଣ୍ଡ ସମୟରେ ଦୁଇ ଜଣ ମହିଳା ଓ ଶିଶୁ ବିଲ୍ଡିଂରୁ ବାହାରକୁ ଦୌଡି ପଳାଇ ଆସିଥିଲେ । ଯେଉଁ କାରଣରୁ ସେମାନଙ୍କର ଜୀବନ ବଞ୍ଚି ଯାଇଛି ।

 

Leave A Reply

Your email address will not be published.