Latest Odisha News

ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଠେଲିଦେଲେ ଯାତ୍ରୀ

ଥିରୁଅନନ୍ତପୁରମ୍: ଟିକେଟ୍ ମାଗିବାରୁ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଧକ୍କା ଦେଲେ ଯାତ୍ରୀ । ଏପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କେରଳରୁ । ଯେଉଁଥିରେ ଟିଟିଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବରଣ କରିଥିବା ଟିଟିଇ ଜଣକ ହେଲେ ବିନୋଦ ଏକେ ।

ଖବର ମୁତାବକ, ଏର୍ଣ୍ଣାକୁଲମ-ପାଟନା ସୁପରଫାଷ୍ଟ ଏକ୍ସପ୍ରେସରେ । ଏସ-୧୧ ବଗିରେ ଟିଟିଇ ବିନୋଦ ଏକେ ଜଣେ ଯାତ୍ରୀଙ୍କୁ ଟିକେଟ୍ ମାଗିଥିଲେ । ଏଥିରେ ଯାତ୍ରୀ ଜଣକ ଟିକେଟ୍ ନଦେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ରାଗିଯାଇ ଉତ୍ତକ୍ତ ଯାତ୍ରୀ ଜଣକ ବିନୋଦଙ୍କୁ ଧକ୍କା ମାରିଥିଲେ । ଫଳରେ ବିନୋଦ ଚଳନ୍ତା ଟ୍ରେନ୍ ରୁ ତଳକୁ ଖସିପଡିଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଏହି ଘଟଣା ଟି ମୁଲାଗୁନ୍ନାଥୁକାବୁ-ୱଡକ୍କନଚେରୀ ରେଲୱେ ଷ୍ଟେସନ ମଧ୍ୟରେ ହୋଇଥିବା କୁହାଯାଉଛି । ପାଲକ୍କଡରୁ ପୋଲିସ ଅଭିଯୁକ୍ତ ଯାତ୍ରୀ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଅଭିଯୁକ୍ତ ଜଣେ ପ୍ରବାସୀ ଶ୍ରମିକ ବୋଲି ପୋଲିସ ସୂଚନା ଦେଇଛି । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ସମସ୍ତ ଘଟଣାକ୍ରମ କହିବା ସହ ନିଜର ଅପରାଧକୁ ସ୍ବିକାର କରିଥିବା ସୂଚନା ରହିଛି ।

Leave A Reply

Your email address will not be published.