Latest Odisha News

BREAKING NEWS

ବ୍ୟାଟେରୀ ବିସ୍ଫୋରଣ ଘଟି ୨ ଶିଶୁ ଗୁରୁତର

ବଲାଙ୍ଗିର: ବଲାଙ୍ଗୀରରେ ରବିବାର ଏକ ଅବ୍ୟବହୃତ ବ୍ୟାଟେରୀ ବିସ୍ଫୋରଣ ହେବାରୁ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଜିଲ୍ଲାର ପାଟନାଗଡ଼ ଥାନା ଅନ୍ତର୍ଗତ ପାଡିଲ୍ ଗାଁରେ ଏହି ଘଟଣା ଘଟିଛି। ରଞ୍ଜିତ ଦଳେଇ ଏବଂ ଜବାହର ସନଦ ନାମକ ଦୁଇ ଶିଶୁ ଏକ ଅବ୍ୟବହୃତ ବ୍ୟାଟେରୀ ପାଇ ତା ସହିତ ଖେଳୁଥିଲେ।

ଯାହା ପରେ ବ୍ୟାଟେରୀଟି ବିସ୍ଫୋରଣ ହୋଇଥିଲା। ଫଳରେ ଦୁଇ ଶିଶୁ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସେମାନଙ୍କୁ ପାଟନାଗଡ଼ର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଉଭୟଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ସୂଚନା ପାଇ ପାଟନାଗଡ଼ ଥାନାର ଏକ ଦଳ ପାଡିଲ୍ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.