ଚେନ୍ନାଇ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିଜ ଡେଟିଂକୁ ନେଇ ଚର୍ଚ୍ଚା ରେ ରହିଛନ୍ତି। ତେବେ ତାଙ୍କ ନାମ “ସିଟାଡେଲ୍: ହନି ବନି”ର ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ସହ ଯୋଡିହୋଇଛି।
ଏହା ମଧ୍ୟରେ ସାମନ୍ଥା ପିକଲ୍ ବଲ୍ ଟୁର୍ଣ୍ଣାମେଣ୍ଟର ଅନେକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ରାଜ ନିଦିମୋରୁ ମଧ୍ୟ ନଜର ଆସିଛନ୍ତି।
ସାମନ୍ଥା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୱାର୍ଲ୍ଡ ପିକଲବଲ୍ ଲିଗ୍ ମ୍ୟାଚର ଅନେକ ଫଟୋ ସେୟାର କରିଛନ୍ତି। ସେ ହେଉଛନ୍ତି ପିକଲବଲ୍ ଦଳ ଚେନ୍ନାଇ ସୁପର ଚାମ୍ପ୍ସର ମାଲିକାଣୀ। ଶେୟାର କରିଥିବା ଫଟୋ ମଧ୍ୟରୁ ପ୍ରଥମ ଫଟୋରେ ସେ ରାଜଙ୍କ ସହିତ ଚାଲୁଥିବା ବେଳେ ଅନ୍ଯ ଫଟୋରେ ଦଳ ପାଇଁ ଚିୟର୍ କରୁଥିବାର ନଜର ଆସିଛନ୍ତି।
ସେହିପରି ଅନ୍ୟ ଏକ ଫଟୋରେ ସେ ରାଜଙ୍କ ହାତ ଧରିଥିବାର ମଧ୍ଯ ନଜର ଆସିଛନ୍ତି। ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକ ମାନେ ଡେଟିଂ ନେଇ ଆକଳନ କରୁଛନ୍ତି।
ତେବେ ରାଜ ଏବଂ ସାମନ୍ଥାଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ସାମନ୍ଥା ଏବଂ ରାଜ ଏପର୍ଯ୍ୟନ୍ତ ସେମାନଙ୍କ ଡେଟିଂ ନେଇ କିଛି ସ୍ପଷ୍ଟ କରିନାହାଁନ୍ତି।
Comments are closed.