Latest Odisha News

BREAKING NEWS

ଡମଡମଣି ଡ୍ୟାମରେ ବୁଡିଗଲେ ଦୁଇ ସାଙ୍ଗ

କଟକ: କଟକର ଚୌଦ୍ୱାର ଥାନା ଅନ୍ତର୍ଗତ ଡମଡମଣି ଡ୍ୟାମରେ ବୁଧବାର ଦିନ ବୁଡି ଦୁଇ ଜଣ ସାଙ୍ଗଙ୍କ ଜୀବନ ଯାଇଛି।

ସୂଚନା ଅନୁଯାୟୀ, କଟକ ଷ୍ଟୁଆର୍ଟ କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିବା ୫ ଜଣ ସାଙ୍ଗ ଡମଡମଣି ପୀଠକୁ ବୁଲିବା ପାଇଁ ଯାଇଥିଲେ। ପରେ ସେମାନେ ଡ୍ୟାମ ପାଖକୁ ଯାଇଥିଲେ। ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ଡମଡମଣି ଡ୍ୟାମରେ ଗାଧୋଉଥିବା ବେଳେ ୩ ଜଣ ସାଙ୍ଗ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଡ୍ୟାମ୍‌ ନିକଟରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି।

ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Comments are closed.