Latest Odisha News

BREAKING NEWS

ନକ୍ସଲ-ସୁରକ୍ଷାକର୍ମୀ ଗୁଳି ବିନିମୟ, ୨ ଯବାନ ସହିଦ

ବିଜାପୁର: ଛତିଶଗଡର ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ସିଆର୍‌ପିଏଫ୍ କୋବ୍ରା ବଟାଲିୟନର ୨ ଯବାନ ସହିଦ ହୋଇଛନ୍ତି । ସେପଟେ ସେନାର ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି ।
ଆଜି ସକାଳେ ସିଆର୍‌ପିଏଫ୍ ଯବାନଙ୍କ ପକ୍ଷରୁ ଇରାପାଲ୍ଲି ଗାଁରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ଏହି ସମୟରେ ସେଠାରେ ଲୁଚି ରହିଥିବା ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାର ଜବାବରେ ସେନା ମଧ୍ୟ ପାଲଟା ଆକ୍ରମଣ କରିଥିଲା । ଏହି ସମୟରେ କୋବ୍ରା ବାହିନୀ ୨୦୪ ବଟାଲିୟନର ୨ ଜଣ ଯବାନ ସହିଦ ହୋଇଛନ୍ତି । ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ନକ୍ସଲଙ୍କୁ ଧରିବା ପାଇଁ ସେହି ଅଚଂଳରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Leave A Reply

Your email address will not be published.