Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ; ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଗୁଳିମାଡ

ଭୁବନେଶ୍ୱର: ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ ସୋମବାର ଦିନ ପାଖାପାଖି ୨ ଜଣ ଦୁବୃର୍ତ୍ତ ଜଣେ ଯୁବତୀଙ୍କୁ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।

ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ସମ୍ପୃକ୍ତ ଯୁବତୀ ଜଣକ କଲେଜ ପରିସରରେ ଛିଡା ହୋଇ ଜଣେ ଯୁବକଙ୍କ ସହ କଥାବାର୍ତ୍ତା ହେଉଥିଲେ । ଏହି ସମୟରେ ବାଇକ୍ ଯୋଗେ ଆସି ଅଚାନକ ୨ ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରିଥିଲେ। ତାଙ୍କ ଜଂଘରେ ଗୁଳି ବାଜିଥିବା ନେଇ ଜଣାପଡ଼ିଛି।

ଆହୁରି ମଧ୍ୟ ତାଙ୍କୁ ଚିକିତ୍ସା ନିମନ୍ତେ ଏକ ଘରୋଇ ଡାକ୍ତରଖାନାରେ ସ୍ଥାନୀୟ ବାସିନ୍ଦା ଭର୍ତ୍ତି କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ଖବର ପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ଦୁବୃର୍ତ୍ତଙ୍କୁ ଧରିବା ଲାଗି ଛାନଭିନ୍ନ ଆରମ୍ଭ କରିଛି ।

Leave A Reply

Your email address will not be published.