Latest Odisha News

BREAKING NEWS

ବଢୁଛି ସଂକ୍ରମଣ: ନବରଙ୍ଗପୁର ୨ ଦିନ ପାଇଁ ବନ୍ଦ ଘୋଷଣା

ନବରଙ୍ଗପୁର: ଅନ୍ୟ ଜିଲ୍ଲା ଗୁଡିକ ପରି ନବରଙ୍ଗପୁରରେ ମଧ୍ୟ ବଢୁଛି ସଂକ୍ରମଣ । ସଂକ୍ରମଣର ବିସ୍ତାରରେ ରୋକ ଲଗାଇବା ପାଇଁ ଆଗାମୀ ୨ ଦିନ ପାଇଁ ନବରଙ୍ଗପୁରରେ ସଟଡାଉନ୍ ଘୋଷଣା କରାଯାଇଛି ।

ଜିଲ୍ଲାରେ ୨ ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଏହି କଟକଣା ଆସନ୍ତା ୨୫ ଓ ୨୬ ତାରିଖରେ ଲାଗୁହେବ । ଏହି ସମୟରେ  ସମ୍ପୂର୍ଣ୍ଣ ଜିଲ୍ଲା ବନ୍ଦ ରହିବ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ଶନିବାର ଦିନ ୪୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୩ରେ ପହଞ୍ଚିଛି।

Leave A Reply

Your email address will not be published.