ନୂଆଦିଲ୍ଲୀ:ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ବାୟୁସେନାର ଏକ ବିମାନ ଏମଆଇଜି -୨୧ ଲଢୁଆ ବିମାନ ସୋମବାର ରାଜସ୍ଥାନର ହନୁମାନଗଡ ନିକଟରେ ଉଡୁଥିବାବେଳେ ଖସିପଡିଛି । ଏଥିଯୋଗୁ ରାସ୍ତାରେ ଯାଉଥିବା ୪ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ।
ତେବେ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି । ଆଇଏଏଫ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଲଢୁଆ ବିମାନର ସରଟଗଡରୁ ତାର ଉଡାଣ ଆରମ୍ଭ କରିଥିଲା । ବହଲୋଲ ନଗରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏହା ଏକ ଘର ଉପରେ ପଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ଘଟିଥିଲା ।
#WATCH | Indian Air Force MiG-21 fighter aircraft crashed near Hanumangarh in Rajasthan. The aircraft had taken off from Suratgarh. The pilot is safe. More details awaited: IAF Sources pic.twitter.com/0WOwoU5ASi
— ANI (@ANI) May 8, 2023
ଏହାର ଫୋର୍ସର ସୂଚନା ଅନୁଯାୟୀ, ଆଜି ସକାଳେ ଏହି ବିମାନଟି ଏହାର ନିୟମିତ ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିଥିଲା । ହଠାତ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ୨ ଜଣ ପାଇଲଟ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି । ତେବେ ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡି ନାହିଁ ।
ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କର ଭିଡ ଜମିଥିଲା । ଏହି ଘଟଣାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିବା ସହ ଶବକୁ ଉଠାଇବାକୁ ଦେଇ ନ ଥିଲେ । ଆବଶ୍ୟକ କ୍ଷତିପୂରଣ ନ ଦେଲେ ଶବ ଉଠିବ ନାହିଁ ବୋଲି ଅଡି ବସିଛନ୍ତି ।
Comments are closed.