Latest Odisha News

BREAKING NEWS

ନକ୍ସଲଙ୍କ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କଲେ ଯବାନ: ୨ ମାଓବାଦୀ ନିପାତ

ସୁକମା: ଛତିଶଗଡ ସୁକୁମା ଜିଲ୍ଲା ଭେଜି ଥାନା ଅନ୍ତର୍ଗତ ଦନ୍ତେଶପୁରମ ଜଙ୍ଗଲରେ ମାଓବାଦୀ- ଡିଆରଜି ଯବାନ ମୁହାଁମୁହିଁ ହୋଇଛନ୍ତି । ଏନକାଉଣ୍ଟରରେ ୨ ନକ୍ସଲଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଜଙ୍ଗଲରେ ଏବେ ବି ଆହୁରି ନକ୍ସଲ ଉପସ୍ଥିତ ଅଛନ୍ତି ଏବଂ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

ସୁକମା ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭେଜି ଇଲାକାରେ ନକ୍ସଲ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ୨ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଛି । ଏହି ଦୁଇ ନକ୍ସଲଙ୍କ ପରିଚୟ ମିଳିଛି । ଏମାନେ ହେଲେ ଏସଓଏସ କମାଣ୍ଡର ମାଡକାମ ଏରା ଓ ତାଙ୍କ ପତ୍ନୀ ପୋଡିଆମ ଭିମେ । ଏରାଙ୍କ ନାଁରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିବାବେଳେ ତାଙ୍କ ପତ୍ନୀଙ୍କ ନାଁରେ ୩ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା ।

ଏନକାଉଣ୍ଟର ପରେ ସୁରକ୍ଷା କର୍ମୀ ଅନେକ ମାରଣାସ୍ତ ଜବତ କରିଛନ୍ତି । ଏଥସହିତ ବିପୁଳ ପରିମାଣର ଆଇଡି ବିସ୍ଫୋରକ ସମେତ ଅନେକ ଆପତ୍ତିଜନକ ଜିନିଷ ଏନକାଉଣ୍ଟର ସ୍ଥଳରୁ ଜବତ କରାଯାଇଛି। ତେବେ ଏ ନେଇ ସ୍ପଷ୍ଟ ସୂଚନା ପୋଲିସ ପକ୍ଷରୁ ଦିଆ ଯାଇନାହିଁ ।

ନକ୍ସଲମାନେ ଏଠାରେ ଏକ ବଡ ଧରଣର ବିସ୍ଫୋରଣ ଘଟଣା ଘଟାଇବା ପାଇଁ ଉଦ୍ୟମ କରୁଥିଲେ । ହେଲେ ଯବାନମାନେ ତାହାକୁ ବିଫଳ କରି ଦେଇଛନ୍ତି।ଏଠି କହିରଖିବୁ, ଗତମାସରେ ଦନ୍ତେୱାଡା ଜିଲ୍ଲାର ବସ୍ତର ନିକଟରେ ମାଓ ଆକ୍ରମଣରେ ଡ୍ରାଇଭରଙ୍କ ସମେତ ୧୦ ଜଣ ଡିଆରଜି ଯବାନ ସହିଦ ହୋଇଯାଇଥିଲେ ।

Leave A Reply

Your email address will not be published.