Latest Odisha News

‘ପଣା’ ପିଇ ପ୍ରାଣ ହରାଇଲେ ଦୁଇ ଜଣ, ଅନେକ ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର: ପଣା ପିଇବା ପରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଆଉ କିଛି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବାଖରାକାଟା ଗାଁରେ ଏପରି ଘଟଣା ସାମ୍ନାକୁ ଆସିଛି। ପଣା ପିଇବା ପରେେ ବାଖରାକାଟା ଗାଁର ଲୋକେ ପେଟ ଯନ୍ତ୍ରଣାର ସମସ୍ୟା ସାମ୍ନା କରିଥିଲେ।

ଆକ୍ରାନ୍ତ ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ସୋମବାର ରାତିରେ ବାଖରାକଟା ଗାଁର ୧୧ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନେ ଗତକାଲି ଭର୍ତ୍ତି ହୋଇଥିଲେ।

ଚୈତ୍ର ସଂକ୍ରାନ୍ତି ଅବସରରେ ଦଣ୍ଡଯାତ୍ରା ହୋଇଥିଲା। ଏହି ସମୟରେ ପାନୀୟ ‘ଦଣ୍ଡ ପଣା’ ପିଇଥିଲେ ଅନେକ। ଏହା ପରେ ଅନେକ ଲୋକଙ୍କ ପେଟ ଫୁଲିଯିବା ସହିତ ଝାଡାବାନ୍ତି ଭଳି ସମସ୍ୟା ଦେଖାଦେଇଥିଲା।

ଏହାପରେ ଏମକେସିଜି ହସ୍ପିଟାଲର ଏକ ଡାକ୍ତରୀ ଟିମ୍ ଆସି ଗାଁରେ ପହଞ୍ଚିଥିଲା। ଡାକ୍ତରୀ ଟିମ୍ ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ଗ୍ରାମବାସୀ ଜଳବାହିତ ସଂକ୍ରମଣ ବୋଲି ସନ୍ଦେହ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଦଣ୍ଡଯାତ୍ରା ଦକ୍ଷିଣ ଓଡ଼ିଶାର ଏକ ପାରମ୍ପରିକ ଲୋକଉତ୍ସବ । ଗଞ୍ଜାମ ଜିଲ୍ଲାରେ ୨୧ ଦିନ ଧରି ଏହି ଉତ୍ସବ ଆୟୋଜିତ ହୁଏ ।

Comments are closed.