Latest Odisha News

ଦେଶରେ ୧୨୫୩ ଆଦର୍ଶ ରେଳ ଷ୍ଟେଶନ ଯୋଜନା, ସଂସଦରେ ତଥ୍ୟ ଦେଲେ ଅଶ୍ୱିନୀ ବୈଷ୍ଣବ

ପିପିପି ଯୋଜନାରେ ହାଇବ୍ରିଡ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତର ମଡେଲରେ ଉନ୍ନତିକରଣ ସକାଶେ ନୂଆଦିଲ୍ଲୀ ଓ ଛତ୍ରପତି ଶିବାଜୀ ଷ୍ଟେଶନକୁ ଚିହ୍ନଟ କରାଯାଇଛି

ନୂଆଦିଲ୍ଲୀ: ରେଳ ଷ୍ଟେଶନ ଗୁଡ଼ିକରେ ଯାତ୍ରୀଙ୍କ ଅଧିକ ସୁବିଧା ଓ ଆରାମଦାୟକ ସେବା ଯୋଗାଇବା ପାଇଁ ଆଦର୍ଶ ଷ୍ଟେଶନ କାର୍ଯ୍ୟକ୍ରମ ଚାଲୁଛି । ଏହି ଯୋଜନାରେ ୧୨୫୩ଟି ଷ୍ଟେଶନର ଉନ୍ନତିକରଣ ପାଇଁ ଚିହ୍ନଟ କରାଯାଇଛି । ଲୋକସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ଅଶ୍ୱିନୀ ସଂସଦରେ ରେଳ ମନ୍ତ୍ରାଳୟ ଯାତ୍ରୀଙ୍କ ସୁବିଧା ସକାଶେ କରାଯାଉଥିବା ଅନେକ ଗୁଡ଼େ ଯୋଜନାର ବିସ୍ତୃତ ଉପସ୍ଥାପନା କରିଛନ୍ତି ।

ଚିହ୍ନଟ ହୋଇଥିବା ୧୨୧୩ଟି ଷ୍ଟେଶନରେ କାମ ଚାଲୁ ରହିଛି ଅଥବା କାର୍ଯ୍ୟ ସମ୍ପାଦନ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ବଳକା ୪୦ଟି ଷ୍ଟେଶନର ଉନ୍ନତିକରଣ ଲକ୍ଷ ରଖାଯାଇଛି । ଏହି ଯୋଜନାରେ ଷ୍ଟେଶନ ଅଟାଳିକାର ପୁନଃନିର୍ମାଣ, ସୁଧାର, ସମ୍ପ୍ରସାରଣ, ସହଜ ପ୍ରବେଶ ପ୍ରସ୍ଥାନ ବ୍ୟବସ୍ଥା, ପାର୍କିଂ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଅର୍ନ୍ତଭୁକ୍ତ ଥିବା ଅଶ୍ୱିନୀ କହିଛନ୍ତି ।

ପିପିପି ଯୋଜନାରେ ହାଇବ୍ରିଡ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତର ମଡେଲରେ ଉନ୍ନତିକରଣ ସକାଶେ ନୂଆଦିଲ୍ଲୀ ଓ ଛତ୍ରପତି ଶିବାଜୀ ଷ୍ଟେଶନକୁ ଚିହ୍ନଟ କରାଯାଇଛି । ରାଣୀ କମଳାପତି, ଗାନ୍ଧି ନଗର ଓ ବେଙ୍ଗାଲୁରୁର ସାର୍ ଏମ ବିଶ୍ୱେଶରାୟା ଟର୍ମିନାଲର ଉନ୍ନତିକରଣ କରି କାର୍ଯ୍ୟକ୍ଷମ ହେବା କଥା ମନ୍ତ୍ରୀ ସଂସଦରେ ଜଣାଇଛନ୍ତି ।

Leave A Reply

Your email address will not be published.