ବ୍ରହ୍ମଗିରି: ତେଂଟାମାଡରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମଗିରିରେ ଡମିଣିସେଣାରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗୋଷ୍ଠୀ ସଂଘର୍ଷରେ ତେଂଟା ମାଡ଼ କରାଯାଇଥିଲା । ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣଙ୍କର ମୃତ୍ୟୁ ହୋଇଥିଲା ଅନ୍ୟଜଣଙ୍କର ପୁରୀ ମେଡ଼ିକାଲରେ ମୃତ୍ୟୁ ହୋଇଛି । ଘଟଣାରେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ଆଉ କିଛି ଗୁରୁତରଙ୍କୁ ପୁରୀ ମେଡ଼ିକରାଲରେ ଭର୍ତି କରାଯାଇଛି ।
ସୂଚନା ଅନୁସାରେ, ଡିମିରଶେଣା ହରିଜନ ସାହିର ଦୁଇ ପରିବାର ପାଣି ପାଇପକୁ ନେଇ ଆଜି ସକାଳେ ପାଟିତୁଣ୍ଡ କରିଥିଲେ। ତେବେ ଏହି ପାଟିତୁଣ୍ଡ ପରବର୍ତ୍ତୀ ସମୟରେ ହିଂସ୍ର ରୂପ ନେଇଥିଲା। ଏହି ଘଟଣାରେ ଜଣେ ତେଣ୍ଟା ମାଡ଼ରେ ଏବଂ ଆଉ ଜଣେ ଟାଙ୍ଗିଆ ମାଡ଼ରେ ମୃତ୍ୟୁବରଣ କରିଛନ୍ତି। ଘଟଣା ସ୍ଥଳରେ ପହଞ୍ଚି ପୁଲିସ୍ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।
Comments are closed.