Latest Odisha News

BREAKING NEWS

ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା, ୧ ଲକ୍ଷ ଲୋକଙ୍କୁ ମିଳିବ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ସ୍ୱାମୀତ୍ୱ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ । ଏହି କାର୍ଡକୁ ହିତାଧିକାରୀମାନେ ମୋବାଇଲ ଫୋନରେ ଏସଏମଏସ ଦ୍ୱାରା ପଠାଯାଇଥିବା ଲିଙ୍କକୁ କ୍ଲିକ୍ କରି ଡାଉନଲୋଡ୍ କରିପାରିବେ । ପଞ୍ଚାୟତିରାଜ ମନ୍ତ୍ରାଳୟ ତରଫରୁ ଏହି ଯୋଜନାକୁ ଆରମ୍ଭ କରାଯାଇଛି ।

ଏହି ଯୋଜନାର ଲାଭ ୬ ଟି ରାଜ୍ୟର ୭୬୩ ଟି ପଂଚାୟତର ୧ ଲକ୍ଷ ଲୋକ ପାଇପାରିବେ ।   ଏହା ମଧ୍ୟରେ ରହିଛି ଉତ୍ତରପ୍ରଦେଶର ୩୪୬ ପଂଚାୟତ, ହରିଆଣାର ୨୨୧ ପଞ୍ଚାୟତ, ମହାରାଷ୍ଟ୍ରର ୧୦୦ ପଞ୍ଚାୟତ, ମଧ୍ୟପ୍ରଦେଶର ୪୪ ପଞ୍ଚାୟତ, ଉତ୍ତରାଖଣ୍ଡର ୫୦ ଓ କର୍ଣ୍ଣାଟକର ୨ ଟି ପଂଚାୟତ ସାମିଲ ଅଛି ।

ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ଯେଉଁମାନଙ୍କୁ ସମ୍ପତ୍ତି କାର୍ଡର ଲାଭ ମିଳିବ, ସେହିମାନଙ୍କ ସହ କଥା ହୋଇଥିଲେ । ଏହି ସମ୍ପତ୍ତି କାର୍ଡରେ ଲୋନ୍ ମିଳିବା ସହଜ ହେବ । ଅନ୍ୟ କେହି ସମ୍ପତ୍ତି ଉପରେ ଆଖି ପକାଇ ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ କହିଛନ୍ତି ।

ଏହି ସ୍ୱାମୀତ୍ୱ ଯୋଜନା ମାଧ୍ୟମରେ ସରକାର ନାଗରିକକୁ ତା’ ସଂପତିର ଅଧିକାର ଦେବାକୁ ଚେଷ୍ଟା କରିଛନ୍ତି । ଏହା ସହ ଦୀର୍ଘ ଦିନରୁ ସଂପତିକୁ ନେଇ ଲାଗିରହିଥିବା ସମସ୍ୟା ବି ଦୁର ହେବ । ଅନ୍ୟପଟେ ସଂପତିକୁ ବ୍ୟାଙ୍କ ହେଉ କି ଅନ୍ୟ ଆର୍ଥିକ କାରବାର କରୁଥିବା ସଂସ୍ଥା ପାଖରେ ବନ୍ଧକ ରଖି ନିଜର ଆବଶ୍ୟକତା ମେଣ୍ଟାଇ ପାରିବେ ହିତାଧିକାରୀ ।

Leave A Reply

Your email address will not be published.