Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍‌ସ ଯାଞ୍ଚ ମାମଲା; ଧରା ହେଲେ ଆଉ ୨ ଡ୍ରଗ୍‌ସ ବେପାରୀ

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଡ୍ରଗ୍‌ସ ମାମଲା ସହ ଜଡ଼ିତ ଆଉ ଦୁଇ ଜଣ ଡ୍ରଗ୍‌ସ ବେପାରୀଙ୍କୁ ଏନ୍‌ସିବି ଧରିଥିବା ଜଣାପଡ଼ିଛି।

ସୋମବାର ରାତିରେ ମୁମ୍ବାଇର ମଲାଡ, ସାଣ୍ଟାକ୍ରୁଜ ଏବଂ ପାରେଲ ଅଞ୍ଚଳରେ ଏନ୍‌ସିବି ରେଡ୍‌ କରିଥିଲା। ଏଥିରେ ଏନସିବି ମୁମ୍ବାଇର ଜୋନାଲ ନିର୍ଦ୍ଦେଶକ ସମୀର ୱାନକେଡେ ଦଳର ନେତୃତ୍ୱ ନେଇଥିଲେ।

ଗିରଫ ଦୁଇ ଡ୍ରଗ୍ସ ବେପାରୀଙ୍କୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଗିରଫ କରାଯାଇପାରେ ବୋଲି ସୂତ୍ରରୁ ପ୍ରକାଶ।

ଏହାପୂର୍ବରୁ, ଏନସିବି ମାର୍ଚ୍ଚରେ ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ ମାମଲାରେ ୨୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ​​ଯେଉଁଠାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଶୋୟିକ୍, ଅଭିନେତା ଅର୍ଜୁନ ରାମପାଲଙ୍କ ସମେତ ଅନ୍ୟାନ୍ୟ ବିଦେଶୀ ନାଗରିକ ତଥା ୩୩ ଜଣ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।

Comments are closed.